PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ଆଜି ପ୍ରପୋଜ୍‌ ଡେ’: କେଉଁଠି ପ୍ରେମୀଯୁଗଳଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ତ ଆଉ କେଉଁଠି…

source:www.ndtv.com

ଭୁବନେଶ୍ୱର,୭ା୨(ବ୍ୟୁରୋ): ପାଦ ଥାପିଛି ଋତୁରାଜ ବସନ୍ତ । କୋଇଲିର କୁହୁକୁହୁ ତାନ, ହଳଦି ବସନ୍ତର କିଚିରି ମିଚିରି ଡାକ ଆଉ ରଙ୍ଗବେରଙ୍ଗର ଭଳିକି ଭଳି ଫୁଲ ସମସ୍ତଙ୍କୁ କରିଛି ଆନମନା । ମନରେ ଭରିଛି ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା । ଦେହରେ ଲଗାଇଛି ପ୍ରେମର ଶୀହରଣ । ପୁଣି ପ୍ରେମ ସପ୍ତାହ କରିଛି ପ୍ରେମମନସ୍କ । ମନର କଥା, ଭାବନା ପ୍ରକାଶ କରିବିାକୁ ବର୍ଷ ତମାମ ଅପେକ୍ଷା କରଥିବିା ପ୍ରେମୀଯୁଗଳଙ୍କ ପାଇଁ ଆସିଛି ପ୍ରକୃଷ୍ଠ ସମୟ । ଆସନ୍ତାକାଲି ଭାଲେଣ୍ଟାଇନସ୍‌ ସପ୍ତାହର ଦ୍ୱିତୀୟ ଦିନ, ପ୍ରପୋଜ୍‌ ଡେ’ । ଏଥିପାଇଁ ଆଖିରେ ନିଦ ନାହିଁ । ଚଗଲା ମନ ବି ବୋଲ ମାନୁନି । ଚାହୁଁଛି ଉଡ଼ି ଯିବାକୁ, ପ୍ରେମର ମାନସୀ ପାଖକୁ । ଆଉ ମନ ଖୋଲି ଦେବାକୁ, ଫିଲ୍‌ ମାଇଁ ଲଭ୍‌ ଜାନୁ । ପ୍ରପୋଜ୍‌ ଡେ’କୁ ସ୍ମରଣୀୟ କରିବାକୁ କିଛି ପ୍ରେମୀଯୁଗଳ ଯୋଜନା କରି ସାରିଛନ୍ତି । କିଏ ସିନେମା ଦେଖିବାକୁ ମନସ୍ଥ କରିଛି ତ ଆଉ କିଏ ହୋଟେଲ୍‌, ରେସ୍ତୋରାଁରେ ଦିନ କାଟିବାକୁ ଚିନ୍ତା କରିଛନ୍ତି । କିଛି ଜଣ ମନର ମାନସୀକୁ ନେଇ ଦୂର ଜାଗା ବୁଲିଯିବାକୁ ଯୋଜନା କରିଛନ୍ତି । ରାଜଧାନୀର ବିଭିନ୍ନ ହୋଟେଲ୍‌ ଓ ରେସ୍ତୋରାଁରେ ବି ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କିଏ ୱାନ୍‌ ପ୍ଲସ୍‌ ୱାନ୍‌ ଅଫର ଦେଇଛି ତ ଆଉ କିଏ ଲଭର୍‌ ପଏଣ୍ଟ ଖୋଲିଛି । କେବଳ ସେତିକି ନୁହେଁ, ପ୍ରେମୀଯୁଗଳ ଯେପରି କୌଣସି ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ ବିଶେଷ ଧ୍ୟାନ
ଦିଆଯାଇଛି । ଭାଲେଣ୍ଟାଇନ୍‍ ଡେ’ ପାଇଁ ଏ ବର୍ଷ ଟେଡି, ରେଡ୍‌ ହାର୍ଟ ଛଡ଼ା ବିଭିନ୍ନ ପ୍ରକାର ଭାଲେଣ୍ଟାଇନ୍‍ କଣ୍ଢେଇ ବଜାରକୁ ଆସିଛି । ଯାହାର ଦାମ୍‌ ୪୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସ୍ୱତନ୍ତ୍ର ପ୍ରକାର ଫଟୋ ଫ୍ର୍ରେମ୍‍, ସୋ ପିସ୍‍, କଫି ମଗ୍‌ ଚାହିଦା ଯୁବପିଢ଼ିଙ୍କ ଠାରେ ଦେଖିବାକୁ ମିଳୁଛି । ମହିଳାମାନେ ନିଜ ଭାଲେଣ୍ଟାଇନ୍‍ଙ୍କ ପାଇଁ ଫଟୋ ଫ୍ରେମ୍‍, କଫିମଗ୍‍, ଡଜିାଇନର ମହମବତୀ ଆଦି କିଣିବାକୁ ଅଧିକ ପସନ୍ଦ କରୁଥିବା ବେଳେ ପୁରୁଷମାନେ ହାର୍ଟ ପ୍ଲେଟେଡ ବ୍ରେସ୍‌ଲେଟ୍‌, ରଙ୍ଗି, ଚକ୍‌ଲେଟ୍‌ ବକ୍ସ, ଟେଡି କଣିୁଛନ୍ତି । ଏହାଛଡ଼ା ବଜାରରେ ସ୍ୱତନ୍ତ୍ର ପ୍ରକାର କେକ୍‌ ବି ବିକ୍ରି ହେଉଛି ।

source:http://www.giftsmela.com

ପାର୍କ ଜଗିବ ପୁଲିସ୍‌
ଭାଲେଣ୍ଟାଇନ୍‌ ସପ୍ତାହକୁ ନଜରରେ ରଖି କମିଶନରେଟ୍‌ ପୁଲିସ୍‌ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛି । ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବାକୁ ପୁଲିସ୍‌ ସବୁ ପ୍ରକାର ବ୍ୟବସ୍ଥା କରିଛି । ‘ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ ଫେବ୍ରୁଆରୀରେ କମିଶନରେଟ୍‌ ପୁଲିସ୍‌ ଟୁଇନ୍‌ ସିଟିର ସମସ୍ତ ପାର୍କରେ କଡ଼ା ପ୍ରହରା ଦେବ । ଏହି ଦିନ ଯଦି କୌଣସି ସଂଗଠନ ପାର୍କରେ ପ୍ରେମୀଯୁଗଳଙ୍କୁ ହଇରାଣ କରନ୍ତି କି ମଲ୍‌ ଭିତରେ ଅଶୋଭନୀୟ ଆଚରଣ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ଏମିତିକି ଯଦି କୌଣସି ଯୁବକ ଯୁବତୀ ଥାନାରେ ଲିଖିତ ଅଭିଯୋଗ ଦେଲେ ଏତଲା ମୁତାବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।