ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଆଜି ଦ୍ୱିତୀୟ ଦିନିକିଆ:ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ମାଉଣ୍ଟ ମୌନଗାନୁଇ, ୨୫ ।୧ (ଏଜେନ୍ସି): ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆସନ୍ତାକାଲି ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଟିମ୍‌ ଇଣ୍ଡିଆ ବିଜୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଅପରପକ୍ଷରେ ଘରୋଇ ଦଳ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ ନେଇ ଯୋଜନା ପ୍ରସ୍ତୁତ କରିଛି ।
ଓଭାଲ ବେ’ରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ଭାରତୀୟ ଦଳ ପହଞ୍ଚିବା ପରେ ସେଠାକାର ମାଓରି ସମ୍ପ୍ରଦାୟ ପକ୍ଷରୁ ଆଜି ଭବ୍ୟ ସ୍ୱାଗତ କରାଯାଇଥିଲା । ମାଓରି ସମ୍ପ୍ରଦାୟ ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ୱାଗତ କରିଥିଲେ ।
ପ୍ରଥମ ମ୍ୟାଚ୍‌ରେ ଅତି ସହଜ ବିଜୟ ହାସଲ କରି ଟିମ୍‌ ଇଣ୍ଡିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି । ବୋଲିଂ ବାହିନୀ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ । ଜଶପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସାମି ଟେଷ୍ଟ ପ୍ରଦର୍ଶନ ବଜାୟ ରଖି ପ୍ରାରମ୍ଭରୁ ଘାତକ ବୋଲିଂ କରି ଘରୋଇ ଦଳର ବିପର୍ଯ୍ୟୟ ଘଟାଇଥିଲେ । ପରେ କୁଲଦୀପ ଯାଦବ ଓ ୟୁଝବେନ୍ଦ୍ର ଚହଲ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ଦଳ ମାତ୍ର ୩୮ ଓଭରରେ ଅଲ ଆଉଟ୍‌ ହୋଇ ଯାଇଥିଲା । ମାତ୍ର ୨ ୱିକେଟ୍‌ ହରାଇ ଭାରତ ସହଜ ବିଜୟ ହାସଲ କରି ନେଇଥିଲେ ।
ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା ଘରୋଇ ଦଳ । ପୂର୍ବ ପ୍ରଦର୍ଶନ ବଜାୟ ରଖି ଆସନ୍ତାକାଲି ଭାରତ ଦ୍ୱିତୀୟ ମ୍ୟାଚ୍‌ ବିଜୟୀ ହେବାର ଲକ୍ଷ୍ୟ ରଖିଛି । ଘରୋଇ ଦଳ ସିରିଜ୍‌କୁ ଫେରିବା ନେଇ ପୂର୍ଣ୍ଣ ପ୍ରସ୍ତୁତି କରିଛି । ଭ୍ରମଣକାରୀ ବୋଲରଙ୍କୁ ଉଚିତ ମୁକାବିଲା କରିବାକୁ ଦଳ ପ୍ରସ୍ତୁତ ରହିଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ଟି ଦିନିକିଆ ଖେଳିବ । ପ୍ରଥମ ୩ଟି ଦିନିକିଆ ଶେଷ ହେବାପରେ ବିରାଟ କୋହଲି ବିଶ୍ରାମ ନେବେ । ସେ ୨ଟି ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳିବେ ନାହିଁ । ବିରାଟ ବିଶ୍ରାମ ନେବା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ସିଲ୍‌ କରିବାର ଯୋଜନା ରଖିଛନ୍ତି । ଆସନ୍ତାକାଲି ଦଳରେ ସେମିତି କିଛି ପରିବର୍ତ୍ତନର ଆଭାସ ମିଳିନି । କୋହଲି ବିଶ୍ରାମ ନେବା ପରେ ହୁଏତ ତାଙ୍କ ସ୍ଥାନରେ ସିରିଜର ଶେଷ ୨ଟି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳି ପାରନ୍ତି । ଯଦିଓ ଏ ପର୍ଯ୍ୟନ୍ତ ଏ ବିଷୟରେ କିଛି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇ ନାହିଁ ।

Copyright © 2022 - Summa Real Media Private Limited. All Rights Reserved.