ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ : ୪ ଶହ ଲିଟର ଦେଶୀ ମଦ ଜବତ, ୧୬ ଗିରଫ

ଭୁବନେଶ୍ଵର, ୨୪/୦୫ : ରାଜଧାନୀରେ ଅବକାରୀ ବିଭାଗର ଚଢାଉ। ସାଲିଆ ସାହିର ଇଡକୋ ବସ୍ତି, ନୟାଗଡ ବସ୍ତିରେ ଚଢାଉ ହୋଇଛି। ୪ ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୧୬ ଜଣଙ୍କୁ ଗିରଫ କରିଛି। ଏହା ସହ ପାଞ୍ଚ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଛି।
