ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଆଜି ସନରାଇଜର୍ସ-ରାଜସ୍ଥାନ ରୟାଲ୍ସ ଭେଟ

ହାଇଦ୍ରାବାଦ, ୨୮ା୩(ଏଜେନ୍ସି): ଆସନ୍ତାକାଲି ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମୁକାବିଲାରେ ଘରୋଇ ସନରାଇଜର୍ସ ହାଇଦ୍ରବାଦ ଓ ରାଜସ୍ଥାନ ରୟାଲ୍‌ ପରସ୍ପରକୁ ଭେଟିବେ । ଏହି ଉଭୟ ଦଳ ଇତି ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ହାରି ସାରିଛନ୍ତି । ତେଣୁ ଆସନ୍ତାକାଲି ବିଜୟ ପାଇଁ ଉଭୟ ଜୋରଦାର ପ୍ରୟାସ କରିବେ । ପ୍ରଥମ ମ୍ୟାଚ୍‌ ଖେଳିପାରି ନଥିବା ସନରାଇଜର୍ସ ଅଧିନାୟକ କେନ ୱିଲାମସନ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଆସନ୍ତା କାଲି ତାଙ୍କୁ ଏକାଦଶରେ ସୁଯୋଗ ମିଳିବା ଆଶା କରାଯାଉଛି । ଅନ୍ୟ ପଟରେ ରାଜସ୍ଥାନ ରୟାଲ୍‌ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ ।

ସନରାଇଜର୍ସ : ଆଇପିଏଲ୍‌ରେ ସନରାଇଜର୍ସକୁ ଅନ୍ୟତମ ଟାଇଟଲ ଦାବିଦାର ରୂପେ ବିବେଚନା କରାଯାଇ ପାରିବ । ୨୦୧୬ରେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ୱଧୀନ ସନରାଇଜର୍ସ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା । ଗତବର୍ଷ କେନ ୱିଲାମସନଙ୍କ ନେତୃତ୍ୱରେ ଦଳ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ(ପଏଣ୍ଟ ତାଲିକା) ହାସଲ କରିଥିଲା । ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍‌ସଠୁ ହାରି ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ସନ୍ତୁଳିତ ଦଳ, ଉନ୍ନତ ରଣନୀତି ଓ ଦଳଗତ ପ୍ରଦର୍ଶନ ସନରାଇଜର୍ସର ମୂଳମନ୍ତ୍ର ।
ସବୁ ବର୍ଷ ଭଳି ଏଥର ମଧ୍ୟ ସନରାଇଜର୍ସର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ବୋଲିଂ ବିଭାଗରେ ବିଭିନ୍ନତା ରହିଥିବାରୁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଭୁବନେଶ୍ୱର କୁମାର ଓ ରସିଦ ଖାନ୍‌ ଦଳର ପ୍ରମୁଖ ବୋଲର । ଉଭୟଙ୍କ ବିଭିନ୍ନ ପରିସ୍ଥିତିରେ ସହଯୋଗ କରିବା ପାଇଁ ଖଲିଲ୍‌ ଅହମ୍ମଦ, ବସିଲ ଥାମ୍ପି, ସିଦ୍ଧାର୍ଥ କୌଲ, ଟି ନଟରାଜନ ରହିଛନ୍ତି । ଅଲ୍‌ରାଉଣ୍ଡ ବିଜୟ ଶଙ୍କରଙ୍କ ଉପସ୍ଥିତି ଦଳକୁ ଅଧିକ ଶକ୍ତିଶାଳୀ କରିଛି ।

ସମ୍ଭାବ୍ୟ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର, ଜନି ବେୟାରଷ୍ଟୋ, କେନ ୱିଲାମସନ(ଅଧିନାୟକ), ମନୀଷ ପାଣ୍ଡେ, ବିଜୟ ଶଙ୍କର, ୟୁସୁଫ ପଠାନ୍‌, ରସିଦ ଖାନ୍‌, ଭୁବନେଶ୍ୱର କୁମାର, ଶାହବାଜ ନଦୀମ, ସିଦ୍ଧାର୍ଥ କୌଲ, ଖଲିଲ୍‌ ଅହମ୍ମଦ ।

ରାଜସ୍ଥାନ ରୟାଲ୍ସ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଦଳ ପ୍ରଥମ ମ୍ୟାଚ୍‌ର ବିବାଦ ଓ ପରାଜୟକୁ ପଛରେ ପକାଇ ବିଜୟ ଅଭିଯାନ ଆରମ୍ଭ କରବାକୁ ଯୋଜନା ପ୍ରସ୍ତୁତ କରିଛି । ହେଲେ ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ର କିଛି ଦୂର୍ବଳତାକୁ ସୁଧାରିବା ଜରୁରୀ ହୋଇ ପଡ଼ିଛି ।
ପ୍ରଥମତଃ ସନରାଇଜର୍ସକୁ ହରାଇବାକୁ ହେଲେ ବୋଲିଂ ବିଭାଗକୁ ଅଧିକ ଶାଣିତ ଓ ସୁଦୃଢ କରିବା ରାଜସ୍ଥାନ ରୟାଲ୍ସ ପାଇଁ ଜରୁରୀ ହୋଇ ପଡ଼ିଛି । ଦଳରେ ତାରକା ଖେଳାଳିଙ୍କ ଅଭାବ ନାହିଁ । ରାହାଣେଙ୍କ ସହ ଜୋସ ବଟଲର, ଷ୍ଟିଭେନ ସ୍ମିଥ, ବେନ୍‌ ଷ୍ଟୋକ୍ସ ବ୍ୟାଟିଂ ବିଭାଗ ସମ୍ଭାଳିବେ । ବୋଲରମାନଙ୍କୁ ବାକି କାର୍ଯ୍ୟ ତୁଲାଇବାକୁ ପଡ଼ିବ । ପ୍ରଥମ ମ୍ୟାଚ୍‌ରେ ଲେଗ ସ୍ପିନର ଶ୍ରେୟାସ ଗୋପାଳଙ୍କୁ ବୋଲିଂ କରିବା ପାଇଁ ସୁଯୋଗ ମିଳି ନଥିଲା । ହାଇଦ୍ରାବାଦ ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ଜୟଦେବ ଉନାକାତ, ଜୋଫ୍ରା ଆର୍ଚ୍ଚର, କେ ଗୋଥାମଙ୍କ ସହ ଷ୍ଟୋକ୍ସ ବୋଲିଂ ବିଭାଗ ସମ୍ଭାଳିବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ: ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଜୋସ ବଟଲର, ଷ୍ଟିଭେନ ସ୍ମିଥ୍‌, ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ,ରାହୁଲ ତ୍ରିପାଠୀ, କେ ଗୋଥାମ, ଶ୍ରେୟାସ ଗୋପାଳ, ଜୋଫ୍ରା ଆର୍ଚ୍ଚର, ଜୟଦେବ ଉନାକାତ, ଧାୱଲ କୁଲକର୍ଣ୍ଣୀ/ବରୁଣ ଆରୋନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.