PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଫିଲ୍ମ ଫ୍ରାଇଡେ ପରଦାରେ ଆସିବ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ତିତଲି, ଓଟିଟିରେ ‘କ୍ୟାପିଟାଲ୍‌ ଟକିଜ୍‌’ ହେବ ରିଲିଜ୍

ଭୁବନେଶ୍ୱର,୩୦/୦୯: ଫିଲ୍ମ ଫ୍ରାଇଡେ ରିଲିଜ୍‌ ଅବସରରେ ପୂଜା ବଜାରକୁ ସରଗରମ କରିବାକୁ ଆସୁଛି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର “ତିତ୍‌ଲି’ । ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନ୍‌ର ଏହା ପଞ୍ଚମ ଅବଦାନ । ପୂର୍ବରୁ ଏହି ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ନାୟକର ନାଁ ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବାବେଳେ “ତିତ୍‌ଲି’ ମଧ୍ୟ ଦମ୍‌ଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.କେ ମୁରଲୀଧରନ । ଦେବିଦତ୍ତ ମହାନ୍ତି କାହାଣୀ ଲେଖିଛନ୍ତି । ଫିଲ୍ମରେ ମୋଟ୍‌ ୫ଟି ଗୀତ ଥିବାବେଳେ ଗୀତିକାର ବସନ୍ତରାଜ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଯୋଡ଼ିରେ ପ୍ରସ୍ତୁତ ଗୀତଗୁଡ଼ିକ ସିନେମାକୁ ଆହୁରି ହୃଦୟଛୁଆଁ କରିଛି । ଗୀତଗୁଡ଼ିକୁ ଗାଇଛନ୍ତି ଦିପ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ, ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଶିଳ୍ପୀ । ସିନେମାର ବିଭିନ୍ନ ଭୂମିକାରେ ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ରହିଥିବାବେଳେ ସାରା ଓଡ଼ିଶାର ୧୫ରୁ ଊଦ୍ଧ୍ୱର୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି । ଚଳଚ୍ଚିତ୍ରଟି ଶୁକ୍ରବାର ଅପରାହ୍ଣ ୩ଟା ୪୫ ମିନିଟ୍‌ରେ ସିନେପୋଲିସ୍‌ରେ ପ୍ରିମିୟର ହେବ ।

ସେହିପରି ଓଟିଟି ପ୍ଲାଟ୍‌ଫର୍ମ ଆଓ ନେକ୍ସଟ୍‌ରେ ସାଇକୋଲୋଜିକାଲ୍‌ ଥ୍ରିଲର ମୌଳିକ ଓଡ଼ିଆ ସିନେମା “କ୍ୟାପିଟାଲ୍‌ ଟକିଜ୍‌’ ରିଲିଜ୍‌ ହେବ । ଏଥିରେ ଦୈତାରୀ ପଣ୍ଡା, ହର ରଥ ଓ ଲକ୍ଷ୍ୟ ଶର୍ମା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି । ଜଗଦୀଶ ମିଶ୍ର ଓ ଅର୍ପିତା ପଟ୍ଟନାୟକ ଦ୍ୱୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସିନେମାଟି ଦର୍ଶକଙ୍କ ପାଇଁ ବେଶ୍‌ ଉପଭୋଗ୍ୟ ହେବ ବୋଲି ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ କୌଶିକ ଦାସ କହିଛନ୍ତି । ଏଭଳି ଏକ ଭିନ୍ନ ଧରଣର କାହାଣୀକୁ ସିନେମା ରୂପ ଦେଇଥିବାରୁ ନିର୍ମାଣଧୀନ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ଦାସ ।

ସମ୍ବନ୍ଧିତ ଖବର