ଆଜି ପୁରୀ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ଦର୍ଶନ ସହ ନୀଳଚକ୍ରରେ ଧ୍ୱଜା ବନ୍ଧା ଦେଖିବେ..

ପୁରୀ,୨୧/୦୩: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ଅପରାହ୍ଣରେ ପୁରୀ ଆସିବେ ମମତା । ପୁରୀରେ ସେ ରାତ୍ରିଯାପନ କରିବେ । ବୁଧବାର ଅପରାହ୍ଣରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମେତ ନୀଳଚକ୍ରରେ ଧ୍ୱଜା ବନ୍ଧା ଦେଖିବେ । ବଳିଆପଣ୍ଡା ଅଞ୍ଚଳରେ ଏକ ଗେଷ୍ଟ ହାଉସ୍ର ନିର୍ମାଣସ୍ଥଳୀ ବୁଲି ଦେଖିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଆସୁଛନ୍ତି ।
ଗତ ନିର୍ବାଚନରେ ଜିତିବା ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତେ । କୋଭିଡ଼୍ ପାଇଁ ସେ ଆସିପାରି ନଥିଲେ । ପୁଣି ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ଅଛି । ଏଣୁ ଠାକୁରଙ୍କ କୃପା ଲାଭ କରିବେ ବୋଲି ଶ୍ରୀ ସ୍ୱାଇଁମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ।