PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଶୌଚାଳୟକୁ ଶୌଚ ହେବାକୁ ଯାଇଥିଲେ, ଉଦ୍ଧାର ହେଲା ମୃତଦେହ

ପାରାଦୀପ, ୧୮/୧୧ : ଶୌଚାଳୟ ଭିତରୁ ମୃତଦେହ ଉଦ୍ଧାର। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ପିପିଏଲ୍ ଫାଣ୍ଡି ଅଧୀନ ବାଉରିଆପାଳନ୍ଦା ବସ୍ତି ନିକଟରେ ଗୁରୁବାର ସକାଳେ ଏଭଳି ଘଟଣା ଘଟିଛି। ବସ୍ତିର ମୁନା ସିଂ (୫୫ ବର୍ଷ) ନାମକ ଜଣେ ବ୍ୟକ୍ତି ଶୌଚ ହେବାକୁ ନିକଟସ୍ଥ ଶୌଚାଳୟକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ଯାଏଁ ଶୌଚାଳୟ ଭିତରୁ ବାହାରି ନଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ଶୌଚାଳୟରୁ ଉଦ୍ଧାର କରି ପିପିଏଲ୍ ଫାଣ୍ଡି ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁନା ସିଂଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ମୃତଦେହ ଜବତ କରି କୁଜଙ୍ଗ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶୌଚ ହେବାକୁ ଯାଇଥିବା ବେଳେ ହୃଦଘାତରୁ ମୁନାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁନା ବସ୍ତିରେ ଏକୁଟିଆ ରହୁଥିବା ବେଳେ ସେ ଜଣେ ଠିକାଦାରଙ୍କ ଗାଡି ଚାଳକ ଭାବେ କାମ କରୁଥିଲେ ।