PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

Tokyo Paralympics: ବ୍ୟାଡମିଣ୍ଟନ ଏସଏଲ୍-୪ ବର୍ଗରେ IAS ସୁହାସ ୟାଥିରାଜଙ୍କୁ ରୌପ୍ୟ, ଭାରତର ପଦକ ସଂଖ୍ୟା ୧୮କୁ ବୃଦ୍ଧି

ଟୋକିଓ, ୦୫/୦୯ : ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା। ବ୍ୟାଡମିଣ୍ଟନ ଏସଏଲ୍-୪ ବର୍ଗରେ ସୁହାସ ୟାଥିରାଜଙ୍କୁ ରୌପ୍ୟ। ଫାଇନାଲ୍‌ରେ କଡ଼ା ମୁକାବିଲା କରି ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ହାରିଲେ ସୁହାସ। ଏହି କ୍ରମରେ ଭାରତର ପଦକ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି। ସୁହାସ ଉତ୍ତର ପ୍ରଦେଶ କ୍ୟାଡରର ଜଣେ ଆଇଏଏସ୍ ଅଫିସର। ସେ ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଏହି ସଫଳତା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସଏଲ-୪ରେ କାଂସ୍ୟ ପଦକ ମୁକାବିଲାରେ ଭାରତର ତରୁଣ ଢିଲ୍ଲନ ପରାଜୟର ସାମ୍ନା କରିଛନ୍ତି। ଇଣ୍ଡୋନେଶିୟା ଖେଳାଳି ସେତିୟାବାନ ଫ୍ରେଡି ତାଙ୍କୁ ୨-୦ରେ ପରାସ୍ତ କରିଛନ୍ତି। ଫ୍ରେଡି ଏହି ମୁକାବିଲା ୨୧-୧୭ ଏବଂ ୨୧-୧୧ରେ ଜିତିଛନ୍ତି।

ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ଏଯାବତ୍ ୧୮ଟି ପଦକ ଜିତିଛି। ୪ଟି ସ୍ଵର୍ଣ୍ଣ ପଦକ ସହ ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ହାସଲ କରିଛି ଭାରତ। ଏହା ଟୋକିଓ ପାରାଅଲିମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ରିଓ ପାରା ଅଲିମ୍ପିକ୍(୨୦୧୬)ରେ ଭାରତ ୨ଟି ସ୍ଵର୍ଣ୍ଣ ସହ ୪ଟି ପଦକ ଜିତିଥିଲା।

ସମ୍ବନ୍ଧିତ ଖବର