ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘ସେନା ଝିଅମାନଙ୍କ ପାଇଁ ନୁହେଁ’ ; ଭାରତୀୟ ସେନାରେ ଯୋଗ ଦେଇ ଭୁଲ୍ ପ୍ରମାଣିତ କଲେ ସୁନୈନା

Published By : Anindita Ratha | March 7, 2025 1:45 PM

ନୂଆଦିଲ୍ଲୀ,୦୭/୦୩:‘ସେନା ଝିଅମାନଙ୍କ ପାଇଁ ନୁହେଁ’ ସମାଜର ଏଭଳି ଚିନ୍ତାଧାରାକୁ ବଦଳାଇବା ପାଇଁ  ଭାରତୀୟ ସେନାରେ ଯୋଗ ଦେଇଥିଲେ ଡକ୍ଟର ସୁନୈନା ସିଂହ । ହରିୟାନାର କ୍ୟାପଟେନ୍‌ ଡକ୍ଟର ସୁନୈନା ସିଂହ ଗାଁର ପ୍ରଥମ ମହିଳା ଭାବେ ସେନାରେ ଯୋଗ ଦେଇଥିଲେ । ଦୀର୍ଘ ୧୦ ବର୍ଷ ଧରି ନିଜ ସ୍ୱପ୍ନକୁ ବଞ୍ଚିଥିଲେ ସେ  । ‘ସେନା ଝିଅମାନଙ୍କ ପାଇଁ ନୁହେଁ’ ଏହି କଥା ହରିୟାନାରେ ବେଶ୍‌ ପ୍ରଚଳିତ । ତଥାପି ସେଠାକାର ଝିଅ ସୁନୈନା ଗାଁର ପ୍ରଥମ ମହିଳା ଭାବେ ସେନାରେ ଯୋଗ ଦେଇଥିଲେ । କେବଳ ଯୋଗ ଦେଇ ନଥିଲେ, ବରଂ ଖୁବ୍‌ ଆଗକୁ ଯିବା ସହ ଜଣେ ପ୍ରମୁଖ ବ୍ୟକ୍ତି ହେବା ପର୍ଯ୍ୟନ୍ତ ଯାତ୍ରା କରି ନିଜ ଦୃଢତା ଓ ସାହସର ପ୍ରମାଣ ଦେଇଥିଲେ । 

ସୁନୈନା କହନ୍ତି, ‘୧୦ ବର୍ଷ ଧରି ସେନାରେ ମୁଁ ମୋ ସ୍ୱପ୍ନକୁ ବଞ୍ଚିଛି । ତଥାପି ଲୋକଙ୍କ ଧାରଣା ଯେ ପିତାମାତା ଶିକ୍ଷକ ବୃତ୍ତିରେ ଥିବାରୁ ତାଙ୍କ ପଦାଙ୍କ ଅନୁସରଣ କରିବା ମୋ ପାଇଁ ସହଜ ହୋଇଛି । ମୋ ଜେଜେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ପ୍ରେରଣା ପାଇ ଏକ ଭିନ୍ନ ଦୃଷ୍ଟିକୋଣ ପୋଷଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ କଥା ‘ଦେଶ କେ ଲିଏ କୁଛ କରନା’ବା ‘ଦେଶ ପାଇଁ କିଛି କର’ ଜେଜେଙ୍କ ଭିତରେ କର୍ତ୍ତବ୍ୟର ଏକ ତୀବ୍ର ଭାବନା ଓ ଦେଶ ସେବା କରିବାର ଇଚ୍ଛା ସୃଷ୍ଟି କରିଥିଲା ।’୨୦୧୦ ମସିହାରେ ଗାଁର ଏକମାତ୍ର ଝିଅ ଭାବେ ସୁନୈନା ସେନାରେ ଯୋଗ ଦେଇଥିଲେ । ଯଦିଓ ସେହି ସମୟରେ ସେ ଶାରୀରିକ ଓ ମାନସିକ ଭାବେ ବହୁ ସମସ୍ୟାକୁ ସାମ୍‌ନା କରିବା ସହ ଶକ୍ତିଶାଳୀ ମଧ୍ୟ ହୋଇଥିଲେ । ଗର୍ବର ସହ ୟୁନିଫର୍ମ ପିନ୍ଧିବା ସମୟରେ ଜେଜେଙ୍କ ଐତିହ୍ୟକୁ ଆଗକୁ ବଢାଇବାର ଅନୁଭବ ହେଉଥିଲା । 

ସେନାରେ ଜୀବନସାଥୀ ମଧ୍ୟ  ସେ ପାଇଥିବା କହିଛନ୍ତି । ବର୍ତ୍ତମାନ ଉଭୟ ମିଶି ଦେଶ ପ୍ରତି ସମାନ କର୍ତ୍ତବ୍ୟ ଓ ପ୍ରତିବଦ୍ଧତାର ସହ କାମ କରିବା ସହ ପୁଅର ପ୍ରତିପାଳନ ମଧ୍ୟ କରୁଛୁ ବୋଲି କହନ୍ତି ସୁନୈନା । ସେନାରେ ସେ କେବଳ ତାଙ୍କର ଦାୟିତ୍ୱ ତୁଲାଇ ନଥିଲେ ବରଂ ସେବା ଚୟନ ବୋର୍ଡର ମାର୍ଗଦର୍ଶକର ଭୂମିକା ମଧ୍ୟ ଗ୍ରହଣ କରିଥିଲେ । ସେ ହଜାରରୁ ଅଧିକ ଯୁବତୀଙ୍କୁ ମାର୍ଗଦର୍ଶନ କରିବା ଆରମ୍ଭ କରିଥିଲେ । ସେମାନଙ୍କୁ ପ୍ରତିବନ୍ଧକ ଭାଙ୍ଗିବା ଓ ଐତିହ୍ୟ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ । ପ୍ରକୃତ ଶକ୍ତି ହେଉଛି ନିଜେ ଉଠିବା ସମୟରେ ଅନ୍ୟକୁ ଗଢିବା । ଜାତିର ସେବା କରିବା ପାଇଁ କେବଳ ୟୁନିଫର୍ମ ପିନ୍ଧିବା ଆବଶ୍ୟକ ନୁହେଁ, ବରଂ ଭିନ୍ନ ଉପାୟରେ ମଧ୍ୟ ଏହା କରାଯାଇପାରିବ ବୋଲି ସେ ବିଶ୍ୱାସ କରନ୍ତି । ସୁନୈନା ଏବେ ସ୍କୁଲ ଓ କଲେଜମାନଙ୍କରେ ପ୍ରେରଣାଦାୟୀ ଆଲୋଚନା ଓ କର୍ମଶାଳା ପରିଚାଳନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣରେ ସାହାଯ୍ୟ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସୂଚନା ପ୍ରଦାନ କରିଛନ୍ତି ସେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.