ଟଲିଉଡ ଅଭିନେତ୍ରୀ ଡିମ୍ପଲ ହୟାଥୀଙ୍କ ବିରୁଦ୍ଧରେ ମାମଲା, ଆଇପିଏସ୍ ଅଧିକାରୀଙ୍କ ଗାଡିକୁ ମାରିଥିଲେ ଧକ୍କା

ହାଇଦ୍ରାବାଦ ୨୩/୫: ଟଲିଉଡ ଅଭିନେତ୍ରୀ ଡିମ୍ପଲ ହୟାଥୀ ଏବଂ ତାଙ୍କ ବନ୍ଧୁଙ୍କ ବିରୁଦ୍ଧରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କାରକୁ ଧକ୍କା ଦେବା ଅଭିଯୋଗରେ ମାମଲା ରୁଜୁ କରିଛି । ଅଭିଯୋଗ ଅନୁସାରେ ସେ ସୋମବାର ରାତିରେ ବରିଷ୍ଠ ପୋଲିସ ଅଧିକାରୀ ରାହୁଲ ହେଗଡେଙ୍କ ଅଫିସିଆଲ୍ ଗାଡିକୁ ନିଜ କାରରେ ଧକ୍କା ମାରିଥିଲେ ।
ଆଇପିଏସ୍ ଅଧିକାରୀ ରାହୁଲ ହେଗଡେ ଏବଂ ଅଭିନେତ୍ରୀ ଓ ତାଙ୍କ ବନ୍ଧୁ ଡେଭିଡ୍ ପଶ୍ ଜୁବଲି ହିଲ୍ସରେ ସାମ୍ବାଦିକ କଲୋନୀରେ ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଡିସିପିଙ୍କ ଡ୍ରାଇଭର ଚେତନ କୁମାନ ଜୁବଲି ହିଲ୍ସ ଷ୍ଟେସନରେ ଡିମ୍ପଲ ଏବଂ ତାଙ୍କ ବନ୍ଧୁଙ୍କ ବିରୁଦ୍ଧରେ ଠିଆ ହୋଇଥିବା ଗାଡିକୁ ଧକ୍କା ମାରିବା ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ କି ଡିମ୍ପଲ ଜାଣିଶୁଣି ଗାଡି ଧକ୍କା କରିଥିଲେ ।
ଅଭିଯୋଗ ଆଧାରରେ ପୋଲିସ ଡିମ୍ପଲ ହୟାଥୀ ଏବଂ ତାଙ୍କ ବନ୍ଧୁଙ୍କ ବିରୁଦ୍ଧରେ ଆଇପିସି ସେକ୍ସନ ୩୫୩, ୩୪୧ ଏଂ ୨୭୯ ଅନୁସାରେ ମାମଲା ରୁଜୁ କରିଛି । ପୋଲିସ ଅଧିକାରୀ ଜଣକ କହିଛନ୍ତି କି ତାଙ୍କ କାରର ଡ୍ୟାଶବୋର୍ଡରେ କ୍ୟାମେରା ଲାଗିଛି ଯେଉଁଥିରେ ସ୍ପଷ୍ଟ ନଜର ଆସୁଛି କି ଅଭିନେତ୍ରୀ ଏବଂ ତାଙ୍କ ବନ୍ଧୁ ତାଙ୍କ ଗାଡିକୁ ଜାଣିଶୁଣି ଧକ୍କା କରିଛନ୍ତି । ସେ ତାଙ୍କ ଗାଡିକୁ ଗୋଇଠା ମାରୁଥିବା ମଧ୍ୟ ସେଥିରେ ନଜର ଆସୁଛି । ତେବେ ସେ ଏହା ମଧ୍ୟ କହିଛନ୍ତି କି ବ୍ୟକ୍ତିଗତ ଭାବେ ତାଙ୍କର କୌଣସି ଶତ୍ରୁତା ନାହିଁ । ସେ ଜାଣିନାହାଁନ୍ତି କି ଅଭିନେତ୍ରୀ ଜଣକ କିଏ, କାରଣ ସେ ସେହି ସ୍ଥାନକୁ ନୂଆ ଆସିଛନ୍ତି ବୋଲି ମଧ୍ୟ କହିଛନ୍ତି ।
ଡିମ୍ପଲ ହୟାଥୀଙ୍କ କଥା କହିବା ତ ସେ ୨୦୧୯ରେ ‘ଗଲ୍ଫ’ରୁ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ଏବଂ ‘ଖିଲାଡି’ ଏବଂ ‘ରାମବନମ’ ଭଳି ଫିଲ୍ମରେ କାମ କରିଛନ୍ତି । ସେ ୨୦୨୧ର ହିନ୍ଦୀ ଫିଲ୍ମ ‘ଅତରଙ୍ଗୀ ରେ’ ରେ ମଧ୍ୟ କାମ କରିଛନ୍ତି ଏବଂ କିଛି ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି ।