PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଔଷଧ କହିବ ନକଲି ନା ଅସଲି! କ୍ୟୁଆାର କୋଡ୍‌ ଲଗାଇବା ପାଇଁ ୩୦୦ ଔଷଧ ସର୍ଟଲିଷ୍ଟ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ସରକାର ୩୦୦ କମନ ବ୍ରାଣ୍ଡର ଔଷଧ ଉପରେ କ୍ୟୁଆର କୋଡ୍‌ ଲଗାଇବାର ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଆନାଲଜିକ୍ସ, ଭିଟାମିନ୍, ମଧୁମେହ ଓ ହାଇପରଟେନସନ୍‌ର କମନ୍ ଡ୍ରଗ୍ସର ପ୍ରାମାଣିକତା ସୁନିଶ୍ଚିତ କରିବା। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଡୋଲୋ, ଏଲିଗ୍ରା, ସାରିଡନ୍, କୋରେନ୍ସ ଆଦି ପ୍ରସିଦ୍ଧ ବ୍ରାଣ୍ଡ ପ୍ରଭାବିତ ହେବ। ଚଳିତ ବର୍ଷ ଜୁନ୍‌ରେ ଜାରି ଡ୍ରାଫ୍ଟ ନୋଟିଫିକେସନ୍‌କୁ ଚଳିତ ମାସ ଫାଇନାଲ କରାଯାଇଛି।

ବିଜନେସ୍‌ ଟୁଡେର ରିପୋର୍ଟ ଅନୁସାରେ, ମିଳିଛି ​ଔଷଧ କମ୍ପାନୀ ଗୁଡିକ ଏହାକୁ ଲାଗୁ କରିବା ପାଇଁ ୧୮ ମାସର ସମୟ ମାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଲାଗୁ କରିବା ପାଇଁ ଔଷଧ ନିୟମ, ୧୯୪୫ରେ ଆବଶ୍ୟକୀୟ ସଂଶୋଧନ କରିଛନ୍ତି। ମାର୍ଚ୍ଚରେ ମନ୍ତ୍ରଣାଳୟ ଫାର୍ମାସ୍ୟୁଟିକାଲସ୍‌ ବିଭାଗ(ଡିଓପି)କୁ ଏହି ୩୦୦ ଔଷଧ ବ୍ରାଣ୍ଡକୁ ସର୍ଟଲିଷ୍ଟ କରିବା ପାଇଁ କୁହାଯାଇଛି, ଯାହାକୁ ବାଧ୍ୟତାମୂଳକ କ୍ୟୁଆର କୋଡ୍‌ର କାର୍ଯ୍ୟାନ୍ୱୟନ ପାଇଁ ସାମିଲ କରାଯାଇପାରେ। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି(ଏନ୍‌ପିପିଏ) ୩୦୦ ଔଷଧର ସୂଚୀ ଚିହ୍ନଟ କରିଥିଲା, ଯେଉଁଥିରେ ବ୍ୟାପକ ରୂପରେ ବ୍ୟବହାର କରାଯାଉଥିବା ଔଷଧ ଯେପରିକି ଏଥିମଧ୍ୟରୁ ଯନ୍ତ୍ରଣା ଉପଶମକାରୀ, ଗର୍ଭନିରୋଧକ,  ଭିଟାମିନ୍, ସୁଗାର ଏବଂ ହାଇବ୍ଲଡପ୍ରେସର ଔଷଧ ରହିଛି।

NPPA ଡୋଲୋ, ଆଲେଗ୍ରା, ଆଷ୍ଟାଲିନ୍, ଅଗମେଣ୍ଟିନ୍, ସାରିଡନ୍, ଲିମସି, କାଲପଲ, କୋରେକ୍ସ, ଥାଇରୋନର୍ମ, ଅନଓ୍ବାଣ୍ଟେଡ୍ ୭୨ ଇତ୍ୟାଦି ଲୋକପ୍ରିୟ ବ୍ରାଣ୍ଡଗୁଡିକ କରିଛି । ସର୍ବାଧିକ ବିକ୍ରୟ ବ୍ରାଣ୍ଡଗୁଡିକୁ ସେମାନଙ୍କର ମୁଭିଂ ଆନୁଆଲ ଟର୍ନଓଭର  (MAT) ମୂଲ୍ୟ ଆଧାରରେ ସର୍ଟଲିଷ୍ଟ କରାଯାଇଛି। ୧୪ ଜୁନ୍‌ରେ ରେ ଜାରି କରାଯାଇଥିବା ଏକ ଡ୍ରାଫ୍ଟ ନୋଟିଫିକେସନ୍‌ରେ ମନ୍ତ୍ରଣାଳୟ କହିଛି ଯେ ଉକ୍ତ ଫର୍ମୁଲେସନ୍‌ ଉତ୍ପାଦର ନିର୍ମାତା ନିଜର ପ୍ରାଥମିକ ପ୍ୟାକେଜିଂ ଲେବଲ୍ ରେ ଏକ କୁଇନ୍ ରେସପନ୍ସ (QR) କୋଡ୍ ପ୍ରିଣ୍ଟ୍ କିମ୍ବା ଲଗାଇବା ଉଚିତ। ପ୍ରାଥମିକ ଉତ୍ପାଦ ପ୍ୟାକେଜିଂରେ ଔଷଧ ବୋତଲ, କେନ୍, ଜାର କିମ୍ବା ପାତ୍ର, କିମ୍ବା ଟ୍ୟୁବ୍ ରହିଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି  ଏହା ସୁନିଶ୍ଚିତ କରିବା ଯେ, ଔଷଧ ସୁରକ୍ଷିତ ଓ ଠିକ୍ ରହିଛି। ନକଲି ନୁହେଁ। କ୍ୟୁଆାର କୋଡ୍‌ରୁ ଔଷଦର ସଠିକ ଓ ଜେନେରିକ୍ ନାମ, ବ୍ରାଣ୍ଡର ନାଁ, ନିର୍ମାତାଙ୍କ ନାଁ ଓ ଠିକଣା, ବ୍ୟାଚ୍ ନମ୍ବର, ନିର୍ମାତ ତାରିଖ, ଶେଷ ହେବା ତାରିଖ ଓ ମାନୁଫାକଚରିଂ ଲାଇସେନ୍ସ ନମ୍ବର ରହିବ।

ସମ୍ବନ୍ଧିତ ଖବର