ନୂଆଦିଲ୍ଲୀ, ୧୨।୧: ବର୍ତ୍ତମାନ ଭାରତରେ ମହିଳା ପ୍ରିମିୟର ଲିଗ୍ ୨୦୨୬କୁ ନେଇ ଜୋର୍ ଚର୍ଚ୍ଚା ଚାଲିଛି । ଏହି ଲିଗ୍ର ଏହା ଚତୁର୍ଥ ସିଜିନ୍, ଯେଉଁଥିରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଚଳିତ ସିଜିନ୍ରେ ହେଉଛି ରନ୍ ବର୍ଷା । ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳାଯାଇଛି ସେଥିରୁ ୨୦୦ରୁ ଅଧିକ ସ୍କୋର୍ ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଯେ, ବୋଲରଙ୍କ ଲଜ୍ଜାଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଗତକାଲି ଜଣେ ବୋଲରେ ୬ ବଲ୍ରେ ୩୨ ରନ୍ ଦେଇଥିଲେ । ଏହି ଘଟଣାରୁ ଆପଣ ବୋଲରଙ୍କ ଅବସ୍ଥା କଳ୍ପନା କରିପାରୁଥିବେ । ସେ ତାଙ୍କ ନାଁରେ ଲଜ୍ଜାଜନକ ରେକର୍ଡ କରିଛନ୍ତି । ସେ ଆଉ କେହି ନୁହଁନ୍ତି ବରଂ ଦିଲ୍ଲୀ କ୍ୟାପିଟାଲ୍ସର ସ୍ନେହ ରାଣା, ଯିଏକି WPL ଇତିହାସରେ ସବୁଠାରୁ ମହଙ୍ଗା ଓଭର ବୋଲିଂ କରିବାର ରେକର୍ଡ କରିଛନ୍ତି ।
ଜାନୁଆରୀ ୧୧ ତାରିଖରେ ଲିଗ୍ର ଚତୁର୍ଥ ମ୍ୟାଚ୍ ରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଜାଏଣ୍ଟ୍ସ । ମ୍ୟାଚ୍ଟି ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୨୦୯ ରନ୍ କରିଥିଲା, ଯାହା WPL ଇତିହାସରେ ସର୍ବାଧିକ ସ୍କୋର । ଟାର୍ଗେଟ୍ ପିଛା କରିବା ସମୟରେ ଦିଲ୍ଲୀ ମଧ୍ୟ ୨୦୫ ରନ୍ରେ ପହଞ୍ଚିଥିଲା । ଦିଲ୍ଲୀ ବିଜୟର ବହୁତ ନିକଟତର ଥିଲା, କିନ୍ତୁ ଶେଷ ଓଭରରେ ମ୍ୟାଚ୍ ଓଲଟିଗଲା । ଦଳକୁ ବିଜୟ ପାଇଁ ଶେଷ ଓଭରରେ ୭ ରନ୍ ଆବଶ୍ୟକ ଥିଲା, କିନ୍ତୁ ସୋଫି ଡେଭାଇନ୍ କେବଳ ୨ ରନ୍ ଦେଇ ଗୁଜରାଟ ଜାଏଣ୍ଟ୍ସକୁ ବିଜୟୀ କରାଇଥିଲେ ।
ସ୍ନେହ ରାଣାଙ୍କ ବିରୋଧରେ ୩୨ ରନ୍ କରିଥିଲେ ଡିଭାଇନ୍: ଏହି ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟ୍ସର ହିରୋ ଥିଲେ ସୋଫି ଡେଭାଇନ୍ । ଯିଏ ୪୨ ବଲ୍ରେ ୭ ଚୌକା ଏବଂ ୮ ଛକା ମାରି ୯୫ ରନ୍ କରିଥିଲେ । ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ସେ ଏହି ଇନିଂସରେ ସମସ୍ତ ବୋଲରଙ୍କୁ ପ୍ରହାର କରିଥିଲେ, କିନ୍ତୁ ସ୍ନେହ ରାଣାଙ୍କ ଓଭରରେ ଅଧିକ ରନ୍ କରିଥିଲେ । ଗୋଟିଏ ଓଭରରେ ୩୨ ରନ୍ର ପାଳି ଖେଳିଥିଲେ । ଏହା ପରେ ସ୍ନେହ ରାଣାଙ୍କୁ ଦ୍ୱିତୀୟ ଓଭର ଖେଳିବାକୁ ଦିଆଯାଇନଥିଲା ।
୨ ଚୌକା ଏବଂ ୪ଟି ଛକା ମାରିଥିଲେ ଡିଭାଇନ୍:
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସ୍ନେହ ରାଣା ଇନିଂସର ଷଷ୍ଠ ଓଭର ବୋଲିଂ କରିଥିଲେ । ଏହି ଓଭରରେ ଘାତକ ଓପନର ସୋଫି ଡିଭାଇନ୍ ପ୍ରଥମ ଦୁଇଟି ବଲ୍ରେ ଦୁଇଟି ଚୌକା ମାରିଥିଲେ । ଏହାପରେ ୪ଟି ବ ଲଗାତାର ୪ଟି ଛକା ମାରିଥିଲେ । ଯେଉଁଥିରେ ମୋଟ୍ ୩୨ ରନ୍ ହୋଇଥିଲା । ଏଥିସହିତ ସ୍ନେହ ରାଣା WPL ଇତିହାସର ସବୁଠାରୁ ମହଙ୍ଗା ବୋଲିଂ କରିଥିବା ବୋଲର ପାଲଟିଗଲେ ।
WPL ଇତିହାସରେ ସବୁଠାରୁ ମହଙ୍ଗା ବୋଲିଂ କରିଥିବା ୫ ଜଣ ବୋଲର:
ସ୍ନେହ ରାଣା (ଦିଲ୍ଲୀ କ୍ୟାପିଟାଲ୍ସ) – ୨୦୨୬ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ୩୨ ରନ୍
ଦୀପ୍ତି ଶର୍ମା (ୟୁପି ୱାରିୟର୍ସ) – ୨୦୨୫ରେ ଆରସିବି ବିପକ୍ଷରେ ୨୮ ରନ୍
ତନୁଜା କନୱାର (ଗୁଜରାଟ ଜାଏଣ୍ଟ୍ସ) – ୨୦୨୩ରେ ଆରସିବି ବିପକ୍ଷରେ ୨୭
ସୋଫି ଏକଲେଷ୍ଟୋନ୍ (ୟୁପି ୱାରିୟର୍ସ) – ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୪
ହାରଲିନ୍ ଦେଓଲ୍ (ଗୁଜରାଟ ଜାଏଣ୍ଟ୍ସ) – ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନ୍