PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

‘ଟୋଟାଲ ଧମାଲ୍‌’ରେ ସୋନାକ୍ଷୀ ସିହ୍ନାଙ୍କ ଉପରେ ଥିବା ଗୀତକୁ ନେଇ ବିବାଦ, ମୁହଁ ଖୋଲିଲେ ନିର୍ଦ୍ଦେଶକ

ମୁମ୍ବାଇ: ମଲଟିଷ୍ଟାରର ମୁଭି ‘ଟୋଟାଲ ଧମାଲ୍‌’ରେ ସୋନାକ୍ଷୀ ସିହ୍ନାଙ୍କ ଉପରେ ଥିବା ଏକ ଆଇଟମ୍‌ ନମ୍ବର ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ହେଲା ୧୯୯୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଇନ୍‌କାର’ର ସୁପରହିଟ୍‌ ଗୀତ ‘ମୁଙ୍ଗଡା…’। ଏହି ଗୀତକୁ ରିକ୍ରିଏଟ୍‌ କରାଯାଇଛି। ଏହି ଗୀତର ସମାଲୋଚନା କରାଯାଉଛି। ଅବଶେଷରେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ‘ଟୋଟାଲ୍‌ ଧମାଲ୍‌’ର ନିର୍ଦ୍ଦେଶକ ଇନ୍ଦ୍ର କୁମାର।

ଇନ୍ଦ୍ର କୁମାର କହିଛନ୍ତି ଯେ ‘ଯେତେବେଳେ ୧୯୯୭ରେ ରିଲିଜ୍‌ ହୋଇଥିବା ମୋ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ୍ମ ‘ଇଶ୍କ’ର ଗୀତ ‘ନିନ୍ଦ ଚୁରାଇ ମେରି ’କୁ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ଗୋଲମାଲ ରିଟର୍ଣ୍ଣସ’ରେ ରିକ୍ରିଏଟ୍‌ କରାଯାଇଥିଲା, ସେତେବେଳେ କେହି ହେଲେ ମୋର ଅନୁମତି ନେଇନଥିଲେ। ଏବେ କାହିଁକି ଏ କଥା ଉଠୁଛି’।

ଏହି ଗୀତର ପ୍ରକୃତ ସଙ୍ଗୀତ ନିର୍ଦ୍ଦେଶକ ହେଲେ ରାଜେଶ୍‌ ରୋଶନ୍‌ ଓ ଏଥିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର୍‌ ଓ ଉଷା ମଙ୍ଗେସକର। ‘ମୁଙ୍ଗଡା…’ଗୀତ ତାଙ୍କର ସୃଷ୍ଟି ବୋଲି ଦର୍ଶାଇ ରାଜେଶ ରୋଶନ୍‌ ଅଭିଯୋଗ କରିଥିଲେ ଯେ ଆଜିକାଲି ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ଭିତରେ ଭଲ ଗୀତ ସୃଷ୍ଟି କରିବାର ଆତ୍ମବିଶ୍ୱାସ ନାହିଁ।