ବିଦେଶ ଯାତ୍ରାରେ କ୍ରିକେଟରଙ୍କ ପରିବାର ସାଜିଲା ବିସିସିଆଇର ମୁଣ୍ଡବିନ୍ଧାର କାରଣ, ସମସ୍ତଙ୍କୁ ସମ୍ଭାଳିବା ପଡିଲା ମହଙ୍ଗା

source:www.indiatoday.in
ନୁଆଦିଲ୍ଲୀ, ୧/୨: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଏବେ ନୂଆ ସମସ୍ୟା ଦେଇ ଗତି କରୁଛି । ଅଧିକ ସମୟ ବିଦେଶ ଗସ୍ତରେ ଥିବାବେଳେ ଖେଳାଳୀଙ୍କ ସହିତ ତାଙ୍କ ପରିବାରଲୋକେ କିଛି ସମୟ ପାଇଁ ରହିପାରିବେ । ସେଥିପାଇଁ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରିଛି ବିସିସିଆଇ । ଏହି ସମୟରେ ଖେଳାଳୀମାନେ ତାଙ୍କ ପତ୍ନୀ ଓ ପିଲାଙ୍କ ସହିତ ରହିପାରିବେ । ସୂଚନା ଅନୁସାରେ ବିସିସିଆଇକୁ ଅଷ୍ଟ୍ରେଲିଆ ଯାତ୍ରା ସମୟରେ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥିଲା । ବୋର୍ଡର ଖେଳାଳୀ ଓ ତାଙ୍କ ପରିବାର ସହିତ ସପୋର୍ଟ ଷ୍ଟାଫଙ୍କ ଯିବା ଆସିବାକୁ ନେଇ ବହୁତ ସମସ୍ୟା ଦେଖାଦେଇଥିଲା । ଅନ୍ୟପଟେ ସେମାନଙ୍କ ସଂଖ୍ୟା ପ୍ରାୟ ୪୦ ଥିଲା । ଏତେ ଲୋକଙ୍କୁ ଏକସହିତ ନେବା ଆଣିବାରେ ୨ଟି ବସ୍ ଭଡାରେ କରିବାକୁ ପଡିଥିଲା । ଏବଂ ଏତେ ଲୋକଙ୍କୁ ସମ୍ଭାଳିବା ମଧ୍ୟ ସହଜ ନଥିଲା । ଆପଣଙ୍କୁ କହିରଖୁଛୁ ବିସିସିଆଇ ଲମ୍ବା ବିଦେଶ ଯାତ୍ରା ପାଇଁ ଖେଳାଳୀଙ୍କ ପରିବାରକୁ ତାଙ୍କ ସହିତ ରହିବାକୁ ୨ ସପ୍ତାହ ପାଇଁ ଅନୁମତି ଦେଇଥିଲା ।
ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ କୋହଲି ବିଦେଶ ଯାତ୍ରା ସମୟରେ ନିଜ ସହିତ ପତ୍ନୀ କିମ୍ବା ଗର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ରଖିବା ପାଇଁ ଅନୁମତି ଦେବାପାଇଁ କହିଥିଲେ । ଏହା ପରେ ବୋର୍ଡ କ୍ରିକେଟରଙ୍କ ପରିବାରକୁ ଟୁର୍ ଆରମ୍ଭରେ ୧୦ ଦିନ ପରେ ରହିବାକୁ ଅନୁମତି ଦେଇଥିଲା । ଅବଶ୍ୟ ବୋର୍ଡକୁ ପରିବାର ସହିତ ଅଧିକ ସମୟ ରଖିବା କିଛି ମହଙ୍ଗା ପଡିନଥାନ୍ତା କାରଣ ଖେଳାଳୀମାନେ ତାଙ୍କ ପରିବାରର ବିଲ୍ ନିଜେ ପୈଠ କରିଥାନ୍ତେ କିନ୍ତୁ ସେମାନଙ୍କ ଜିନିଷପତ୍ର ନେବାଆଣିବା ତଥା ଟ୍ରାନ୍ସପୋର୍ଟ ଏକ ବଡ ସମସ୍ୟା ରୂପେ ଠିଆହେଲା ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯଦି ବିଦେଶ ଯାତ୍ରା ସମୟରେ ଯେତେ କମ୍ ସଦସ୍ୟ ଥିବେ ତେବେ ସେମାନଙ୍କୁ ସମ୍ଭାଳିବା ସହଜ ହୋଇଥାଏ । କିନ୍ତୁ ଅଧିକ ଲୋକଙ୍କୁ ସମ୍ଭାଳିବାରେ ସମସ୍ୟା ହୋଇଥାଏ । ବୋର୍ଡ ଷ୍ଟାଫଙ୍କ ପାଇଁ ମଇଦାନ ବାହାରେ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସମସ୍ୟା ହୋଇଥାଏ । ଟିକେଟ୍ ବୁକ୍ କରିବାଠୁ ଆରମ୍ଭ କରି ରୁମ୍ ପର୍ଯ୍ୟନ୍ତ ସବୁକିଛି ବୋର୍ଡ ହାତରେ ଥାଏ । ଅଧିକାରୀ କହିଛନ୍ତି ବିଶ୍ୱ କପରେ ଇଂଲଣ୍ଡ ଗସ୍ତରେ ଖେଳାଳୀଙ୍କ ପରିବାର ତାଙ୍କ ସହିତ ରହିବେ ଏବଂ ଆମ ପାଇଁ ସବୁକିଛି ସମ୍ଭାଳିବା ଟିକିଏ କଷ୍ଟ ହୋଇପଡିବ ।
ଗତ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ଯ ବୋର୍ଡ ଖୁସି ନଥିଲା । କାରଣ କିଛି ଖେଳାଳୀ ଯେଉଁମାନେ ନିୟମିତ ନଥିଲେ ସେମାନଙ୍କ ପରିବାର ମଧ୍ୟ ତାଙ୍କ ସହିତ ରହିଥିଲେ । ବୋର୍ଡର କହିବା ଅନୁସାରେ ସମସ୍ତଙ୍କୁ ମ୍ୟାନେଜ କରିବା ବହୁତ କାଠିକର ପାଠ ଥିଲା । କ୍ରିକେଟରଙ୍କ ପରିବାର ପାଇଁ ମଧ୍ୟ ଗୋଟିଏ ମ୍ୟାଚର ଟିକେଟ୍ ବୁକ୍ କରିବା ଏକ ବଡ ଚ୍ୟାଲେଞ୍ଜ ।