ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଉଦୟପୁର ବେଳାଭୂମିରେ ଭାସିଗଲେ ପର୍ଯ୍ୟଟକ, ଜଣେ ମୃତ, ୩ଗୁରୁତର

Published By : Soubhagya Ranjan | July 6, 2025 11:48 PM

ଚନ୍ଦନେଶ୍ଵର, ୬|୭: ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ରବିବାର ଏକ ଅଘଟଣ  ଘଟି ଯାଇଛି। ବିହାରର ଭାଗଲପୁର ଓ ପଶ୍ଚିମବଙ୍ଗର ମୋଟ ୮ଜଣ ପର୍ଯ୍ୟଟକ ଗାଧୋଉ ଥିବା ବେଳେ ଅଚାନକ ୪ଜଣ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦୀଘା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ପଠାଇ ଥିଲେ। ତେବେ ସେଠାରେ ଭାଗଲପୁର ଅଞ୍ଚଳର ଜନୈକ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବର ବେଳେ ଆଉ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଥାନାରେ କୌଣସି ସୂଚନା ନଥିବା କଥା ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି। ରାଜ୍ୟର ଅନ୍ୟତମ ପ୍ରମୁଖ ମନୋରମ ବେଳାଭୂମି ବାଲେଶ୍ବର ଜିଲ୍ଲାର ଉଦୟପୁର। ପ୍ରତିଦିନ ବିଭିନ୍ନ ରାଜ୍ୟର ହଜାର ହଜାର ପର୍ଯ୍ୟଟକ ବେଳାଭୂମିରେ ବୁଲିବା ସହିତ ସମୁଦ୍ରରେ ବୁଡ଼ ପକାଇ ଥାନ୍ତି। ରବିବାର ଅବସରରେ ବେଳାଭୂମି ବେଶ ଚଳଚଞ୍ଚଳ ଥିଲା। ଅପରାହ୍ନ ପ୍ରାୟ ୩ଟା ବିହାର ରାଜ୍ୟ ଭାଗଲପୁର ଅଞ୍ଚଳର ୩ ଓ ପଶ୍ଚିମବଙ୍ଗର ୫ଜଣ ଗୋଟିଏ ସ୍ଥାନରେ ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଥିଲା। ଗୁରୁତ୍ବପୂର୍ଣ୍ଣ ସୂଚନା ହେଉଛି, ଉଦୟପୁର ବେଳାଭୂମିରେ ବେଆଇନ ନିଶା କାରବାର ଦିନକୁ ଦିନ ବଡ଼ି ଚାଲିଛି। ଉଠା ଦୋକାନୀ ମାନେ ପର୍ଯ୍ୟଟକ ମାନଙ୍କୁ ମାଛ ଓ କଙ୍କଡ଼ା ତରକାରୀ ପରଶିବା ସହିତ ମଦ୍ୟପାନର ଖୋରାକ ମଧ୍ୟ ଯୋଗାଇ ଦିଅନ୍ତି। ଯାହା ଫଳରେ ନିଶାଶକ୍ତ ପର୍ଯ୍ୟଟକମାନଙ୍କ କ୍ଷେତ୍ରରେ ବାରମ୍ବାର ଏଭଳି ଘଟୁଥିବା ଲୋକେ ଅଭିଯୋଗ କରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.