ପୁରୀ,୫।୬ ପୁରୀରେ ଅଭାବନୀୟ ଘଟଣା। ମଙ୍ଗଳାଘାଟ- ବଳିଆପଣ୍ଡା ବାଇପାସ୍ ରୋଡ ଓମକାରେଶ୍ବର ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ସ୍କୁଟି ଉପରେ ଟାଉନ ବସ୍ ମାଡିଯିବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ବାପା- ମାଆ ଓ ପୁଅର ମୃତ୍ୟୁ ଘଟିଛି।
ନିର୍ବନ୍ଧ ସାରି ଏକ ସ୍କୁଟିରେ ବାପା-ମାଆ ଓ ପୁଅ ଫେରୁଥିଲେ। ମଙ୍ଗଳାଘାଟ- ବଳିଆପଣ୍ଡା ବାଇପାସ୍ ରୋଡ ଓମକାରେଶ୍ବର ମନ୍ଦିର ନିକଟରେ ଟାଉନ ବସ ସ୍କୁଟି ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।