କଲ୍ କଲେ ନମ୍ବର ସହ ଦେଖାଯିବ ନାଁ,ଏହି ଫିଚରକୁ ନେଇ ଟ୍ରାଇର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୧।୫: ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ ଟ୍ରାଇ(TRAI ) ଖୁବ୍ ଶୀଘ୍ର କଲର୍ସଙ୍କୁ କେଓ୍ବାଇସି ବେସଡ୍ ଏକ ମେକାନିଜିମ୍ରେ କାମ କରିବା ଆରମ୍ଭ କରିପାରେ। ବର୍ତ୍ତମାନ କେହି ଆପଣଙ୍କୁ କଲ୍ କଲେ ସ୍କ୍ରିନ୍ରେ କେବଳ ତା’ର ନମ୍ବର ଦେଖିବାକୁ ମିଳେ, କିନ୍ତୁ ଟ୍ରାଇ ଏହି ଫ୍ରେମଓ୍ବାର୍କର ଫାଇନାଲ ହେବାପରେ ଆପଣଙ୍କ ଫୋନ୍ରେ ୟୁଜରଙ୍କ କେଓ୍ବାଇସି ନାମ ମଧ୍ୟ ନଜର ଆସିବ। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଟ୍ରାଇ ଖୁବ୍ ଶୀଘ୍ର ନିଜ ସ୍କ୍ରିନ୍ରେ କଲର୍ସ କେଓ୍ବାଇସି ବେସଡ୍ ନାମ ଫ୍ଲାସ କରିବାର ମେକାନିଜିମ୍କୁ ପ୍ରସ୍ତୁତ କରିବା ଉପରେ କାମ କରିବା ଆରମ୍ଭ କରିପାରେ। ଏହି ମେକାନିଜିମ୍ ପରେ ଯେତେବେଳେ କେହି ଆପଣଙ୍କୁ ଫୋନ୍ କଲ୍ କରେ ତେବେ ସ୍କ୍ରିନ୍ରେ ତାଙ୍କର ନାଁ ଫ୍ଲାସ ହେବ।
ଏହି ଫିଚର ‘ଟ୍ରୁ କଲର’ ଭଳି କାମ କରିବ। ଦୂରସଞ୍ଚାର ବିଭାଗ ଟ୍ରାଇ ଏହା ଉପରେ କାମ କରିବାକୁ କହିଛି। ଟ୍ରାଇର ଚେୟାରମ୍ୟାନ୍ ପିଡି ବାଙ୍ଗେଲା କହିଛନ୍ତି, ଏହା ଉପରେ କନସଲ୍ଟେସନ୍ ଆଗାମୀ କିଛି ମାସରୁ ଆରମ୍ଭ ହୋଇପାରେ। ସେ କହିଛନ୍ତି, ଏବେ ଆମକୁ ଏହା ଉପରେ ରିଫ୍ରେସ୍ ମିଳିବ ଓ ଖୁବ୍ ଶୀଘ୍ର କାମ କରିବା ଆରମ୍ଭ କରିଦେବ। କେହି କଲ୍ କଲେ କେଓ୍ବାଇସି ଅନୁସାରେ, ତା’ର ନାଁ ଡିସପ୍ଲେ ହେବ। ଟ୍ରାଇ ପୂର୍ବରୁ ଏଭଳି ମେକାନିଜିମ୍ ଉପରେ ବିଚାର କରୁଥିଲା, କିନ୍ତୁ ଦୂରସଞ୍ଚାର ବିଭାଗ ରିଫ୍ରେସ୍ ମିଳିବା କାରଣରୁ ଏହା ଉପରେ କାମ କରିବା ଖୁବ୍ ଶୀଘ୍ର ଆରମ୍ଭ କରିବ।
ପିଡି ବଘେଲା କହିଛନ୍ତି, ଏହି ମକୋନିଜିମ୍ର ଏନେବଲ୍ ହେବାଦ୍ବାରା କଲ୍ରଙ୍କ ନାଁ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ର ନିୟମ ଅନୁସାରେ, ଟେଲିକମ୍ କମ୍ପାନୀ ଦ୍ବାରା କରାଯାଇଥିବା କେଓ୍ବାଇସି ଅନୁସାରେ, ଫୋନ୍ ସ୍କ୍ରିନ୍ରେ ନଜର ଆସିବ। ଏହି ଫିଚର ଆସିବା ପରେ ଫେକ୍ କଲ୍ରୁ ୟୁଜର୍ସ ରକ୍ଷା ପାଇପାରିବେ। ପିଟିଆଇର ରିପୋର୍ଟ ଅନୁସାରେ, ଫ୍ରେମଓ୍ବାର୍କ ପୁରା ହେବାପରେ ଏହି ଫିଚରକୁ ନେଇ ଅଧିକ କିଛି ଜିନିଷ କ୍ଲିୟର ହୋଇଯିବ। ଉଲ୍ଲେଖନୀୟ ଯେ, ଟ୍ରୁ କଲର ଭଳି କଲିଂ ଆପ୍ସ ଏଭଳି ଫିଚର୍ସ ଦେଇଥାଏ, କିନ୍ତୁ ଏଥିରେ ୟୁଜର୍ସଙ୍କ କେଓ୍ବାଇସି ବେସ୍ଡ ନାମ ଉପରେ ନଜର ଆସିନଥାଏ। ଏକ୍ସପର୍ଟଙ୍କ ମତରେ ଏହି ପିଚର ଆସିବା ଫଳରେ ସ୍ପାମ୍ ଓ ଫ୍ରଡ୍ କଲ୍ସ ବଢିବା ମାମଲାରେ ହ୍ରାସ ଘଟିବ।