ହେମଗିର,୨୫/୦୭: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ପୋଡ଼ାଜଳଙ୍ଗା ରାସ୍ତାରେ ଦୁର୍ଘଟଣା । ଏକ କୋଇଲା ବୋଝେଇ ଟ୍ରେଲର ଅନ୍ୟ ଏକ ଟ୍ରେଲର ଧକ୍କା ଦେଇ ବିଦ୍ୟୁତ୍ ଖୁଣ୍ଟରେ ପିଟିଲା । ଏହି ଦୁର୍ଘଟଣାରେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିରହିଛି । ଯାହାଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ସୂଚନା ମୁତାବକ, ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଟ୍ରେଲର ପଛକୁ ଅନ୍ୟ ଏକ କୋଇଲା ବୋଝେଇ ଟ୍ରେଲର ଧକ୍କା ଦେଇଥିଲା । ଫଳରେ ଟ୍ରେଲରର କ୍ୟାବିନ୍ ଚୁରମାର ହୋଇଯାଇଛି ଏବଂ ଚାଳକ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାରେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବାରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତା ଉପରୁ ତାର ହଟାଇବା ପାଇଁ ବିଦ୍ୟୁତ୍ କର୍ମଚାରୀଙ୍କୁ ସୂଚନା ଦିଆଯାଇଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଚାଳକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ପଠାଇଛି ଯାଇଛି ।