ମାଲକାନଗିରି,୫/୧ (ଆପ୍ର ) ; ସିନ୍ଦିରିମାଳ ନିକଟରେ ରବିବାର ଏକ ଟ୍ରେଲରର ଡାଲା ଇଞ୍ଜିନରୁ ଅଲଗା ହୋଇଯିବାରୁ ନବରଙ୍ଗପୁର ରାଇଘର ରୁ ହାଇଦ୍ରାବାଦ ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା ଗସ୍ତ ହୋଇଛି। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସିନ୍ଦିରୀମାଳ ନକଟରେ ହଠାତ ମାଲକାନଗିରି ପାର୍ଶ୍ଵ ରୁ ଜୟପୁର ଅଭିମୁଖେ ଯାଉଥିବା ଏକ ଲୁହାରଡ଼ ବୋଝେଇ ଟ୍ରଲର ପଛ ଡାଲାଟି ଇଞ୍ଜିନି ମଧ୍ୟରୁ ବାହାରି ଯାଇଥିଲା। ଫଳରେ ପଛରେ ଆସୁଥିବା ବସ୍ ଦୁର୍ଘଟଣା ଘଟିଛି। ବସ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବସରେ ଥିବା ୩୬ ଜଣ ଯାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି।ଏହି ଦୁର୍ଘଟଣାରେ କେବଳ ବସଟିର ଆଗ କାଚ ଭାଙ୍ଗିଯିବା ସହ ବସର କିଛି ଅଂଶ କ୍ଷତି ଘଟିଛି।

ଏସମ୍ପର୍କ ରେ ଜାଣିବା ପରେ ରାତିରେ ମାଲକାନଗିରି ଥାନା ପୁଲିସ, ମାଲକାନଗିରି ଜିଲ୍ଲା ପରିଵହନ ପରିଚାଳକ ଘଟଣା ସ୍ଥଳରେ ପହଁଚି ଉକ୍ତ ଟ୍ରେଲରକୁ ଜବତ କରିବା ସହିତ ବସର ଯାତ୍ରୀ ମାନଙ୍କୁ ଅନ୍ୟ ଏକ ସ୍ୱତନ୍ତ୍ର ସରକାରୀ ବସ ଯୋଗେ ନବରଙ୍ଗପୁରକୁ ଆଣିଥଲେ। ଦୁର୍ଘଟଣା ସମ୍ପର୍କ ରେ ତଦନ୍ତ କରାଯାଉଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଗା ନ କିଣ୍ଡୋ ସୂଚନା ଦେଇଛନ୍ତି।