PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ମାଲ୍ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଛତ୍ରପୁର, ୨୫।୫ : ମାଲ୍ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ। ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ୍ ବୋଝେଇ ଟ୍ରେନ୍ ଛତ୍ରପୁର ସହର ଉପକଣ୍ଠରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ଲାଇନଚ୍ୟୁତ ହୋଇଛି। ଏଥିରେ ବିଶେଷ କ୍ଷୟକ୍ଷତି କିମ୍ବା ମୃତାହତ‌ ଘଟିନାହିଁ। ଉକ୍ତ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାନୁଯାୟୀ, ଛତ୍ରପୁର ନିକଟ କନ୍ଧୁଣୀ ଠାକୁରାଣୀ ମନ୍ଦିର ପାଖ ଏକ ଗଳା ଶଙ୍ଖ ନିକଟରେ ରେଳ ଧାରଣା ମରାମତି କାମ ଚାଲିଥିଲା। ପୁରୁଣା ମାଟି ବାହାର କରାଯାଇ ନୂଆ ମାଟି ବିଛାଯାଉଥିଲା। ଟ୍ରେନଟି ସେହି ରୁଟ୍ ଅତିକ୍ରମ କଲାବେଳେ ଗୋଟିଏ ଚକ ସହ ଏକ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇ ପଡିଥିଲା। ଏଥିରେ ବିଶେଷ କ୍ଷୟକ୍ଷତି କିମ୍ବା ମୃତାହତ‌ ଘଟିନାହିଁ। ଉକ୍ତ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭାଗ ତରଫରୁ ଯଥାଶୀଘ୍ର ମରାମତି କରାଯାଇ ରେଳ ଚଳାଚଳ ସ୍ବାଭାବିକ କରିବାକୁ ଚେଷ୍ଟା ଚାଲିଛି।