ପୁରୀ-ଦୁର୍ଗ ଟ୍ରେନ୍ ଧକ୍କା ଆଖିବୁଜିଲେ ପୂର୍ବତନ ସାଂସଦଙ୍କ ପୁଅ

ସୁବର୍ଣ୍ଣପୁର ୨୮/୦୧: ପୁରୀ-ଦୁର୍ଗ ଟ୍ରେନ୍ ଧକ୍କା ଆଖିବୁଜିଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର। ମର୍ଣ୍ଣିୱାକ ସାରି ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକ ପାର୍ ହେଇଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ସୂଚନା ମୁତାବକ, ଅବିନାଶ ମିଶ୍ର ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ ସକାଳୁ ମର୍ଣ୍ଣିୱାକ ଆସୁଥିଲେ । ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ଟ୍ରେନ ଆସିବା ପାଇଁ ବନ୍ଦ ଥିଲା। ହେଲେ ଅବିନାଶ ଫାଟକ ଭିତରକୁ ପଶି ଏପଟରୁ ସେପଟକୁ ଯାଉଥିବା ବେଳେ ବରପାଲି ପଟରୁ ଆସୁଥିବା ପୁରୀ-ଦୁର୍ଗ ଟ୍ରେନରେ ଧକ୍କା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା Iଟ୍ରେନ ଧକ୍କା ଦେବା ପରେ ଅବିନାଶ ମିଶ୍ର ଟ୍ରେନ୍ ଲାଇନ କଡରେ ଛିଟିକି ପଡ଼ିଥିଲେ। ସ୍ଥାନୀୟଲୋକେ ଦେଖିବା ପରେ ପାରିବାର ଲୋକଙ୍କୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସକୁ ଯୋଗେ ଡୁଙ୍ଗୁରିପାଳି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ। ଫଳରେ ଡୁଙ୍ଗୁରିପାଲି ଅଞ୍ଚଳର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ କରୁଛି।