ବାବା… ମମ୍ମି ମୋତେ କ୍ଷମା କରିଦେବ, ସେ ଝିଅ ମୋତେ ଧୋକା ଦେଲା… ହାତ କାଟି ଭିଡିଓ ପୋଷ୍ଟ କରିବା ପରେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ସୌମ୍ୟ

ଖୋର୍ଦ୍ଧା, ୨୦/୦୫ : ବାବା… ମମ୍ମି ମୋତେ କ୍ଷମା କରିଦିଅ। ତୁମ ପାଇଁ ମୁଁ କିଛି କରିପାରିଲିନି। ମୁଁ ଜାଣିନି ମୁଁ ଏଇଟା ଠିକ୍ କରୁଛି କି ଭୁଲ୍ କରୁଛି… ମୋ ପାଖରେ ଆଉ ସମୟ ନାହିଁ…। ଭାଇ ମୋ ବାବା-ମମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖିବୁ। ମୁଁ ଗୋଟେ ଝିଅକୁ ଭଲ ପାଉଥିଲି, ସେ ମୋତେ ଧୋକ୍କା ଦେଲା । ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି… ହାତକୁ ବ୍ଲେଡ୍ରେ କାଟି ଶେଷ ଭିଡିଓ କରି ସୋସିଆଲ୍ ମିଡିଆରେ ଭିଡିଓ ଅପଲୋଡ୍ କଲେ। ଆଉ ତାପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ।
ସୂଚନାନୁଯାୟୀ, ପ୍ରେମରେ ହତାଶ ହୋଇ ଜୀବନ ହାରିଦେଲେ ଯୁବକ। ଖୋର୍ଦ୍ଧା ଜିଲ୍ଲା ଧଉଳିମୁହଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ସୌମ୍ୟରଞ୍ଜନ ପରିଡ଼ା। ପ୍ରେମ ବ୍ୟାପାରକୁ ନେଇ ସୌମ୍ୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ଏବଂ ଖୋର୍ଦ୍ଧାରୋଡ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି ସୌମ୍ୟ ହାତକାଟି ଫଟୋ ଫେସବୁକ୍ରେ ଅପଲୋଡ କରିଥିବା ସହିତ ଏକ ସୁଇସାଇଡାଲ୍ ଭିଡିଓ ମଧ୍ୟ ପୋଷ୍ଟ କରିଥିବା ଜଣାପଡ଼ିଛି।