ମାଲବାହୀ ଟ୍ରେନରେ ନିଆଁ, ପ୍ଲାର୍ଟଫର୍ମରେ ଅଟକିଲା ଟ୍ରେନ୍

ସୋରୋ, ୦୮/୦୩ : କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ। ପ୍ଲାର୍ଟଫର୍ମରେ ଅଟକିଛି ଟ୍ରେନ୍। ଭଦ୍ରକ ଧାମରାରୁ କୋଇଲା ନେଇ ଖଡଗପୁର ଅଭିମୁଖେ ଯାଉଥିବା ଟ୍ରେନ୍ ସୋର ପ୍ଲାର୍ଟଫର୍ମ ନିକଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ରେଳ କର୍ମଚାରୀ ସୋର ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନଟି ସୋର ପ୍ଲାର୍ଟଫର୍ମ ନିକଟରେ ଅଟକିଥିବା ବେଳେ କାହାର କୌଣସି କ୍ଷତି ହୋଇ ନଥିବା ନେଇ ଜଣାପଡିଛି ।