PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଗୋଟିଏ ମିନିଟରେ ଏତେ ଲୋକ ଅନଲାଇନରେ କିଣନ୍ତି ଟ୍ରେନ୍ ଟିକେଟ୍, ଜାଣନ୍ତୁ…

ନୂଆଦିଲ୍ଲୀ ୭/୮: ଭାରତୀୟ ରେଲୱେ ଲଗାତର ନିଜ ସୁବିଧାକୁ ଉତ୍ତମ କରୁଛି । ଏବେ ଆପଣ ଘରେ ବସି ଟ୍ରେନ୍ ଟିକେଠୁ ଆରମ୍ଭ କରି ଫୁଡ୍ ପର୍ଯ୍ୟନ୍ତ ଅର୍ଡର କରିପାରିବେ । ଏହି କାମକୁ କରିବା ପାଇଁ IRCTCର ୱେବସାଇଟ୍ ଏବଂ ଆପର ବ୍ୟବହାର କରାଯାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସାରା ଦେଶରେ ଗୋଟିଏ ମିନିଟରେ କେତେ ଲୋକ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତି ? ଆସନ୍ତୁ ଜାଣିବା…

ଭାରତୀୟ ରେଲୱେ ଟିକେଟ ବୁକିଂ ପାଇଁ ନେକ୍ସ୍ଟ ଜେନେରେସନ ଇ-ଟିକେଟିଂ (NGET) ସିଷ୍ଟମ ଚଳାଉଛି । ଏହି ସିଷ୍ଟମକୁ ଲଗାତର ଅପଡେଟ୍ ମଧ୍ୟ କରାଯାଉଛି । ଆକଳନ ଅନୁସାରେ ଏହି ରେଲୱେ ସିଷ୍ଟମରେ ହଜାର ହଜାର ଲୋକ ପ୍ରତି ମିନିଟରେ ଟିକେଟ୍ ବୁକ୍ କରିଥାନ୍ତି । ୨୦୧୬-୧୭ ମସିହାରେ ପ୍ରତି ମିନିଟରେ ୧୫ ହଜାର ଟିକେଟ୍ ବୁକ୍ କରାଯାଇଥିଲା । ଯଦିଓ ୨୦୧୭-୧୮ରେ ୧୮ ହଜାର ଟିକେଟ୍ ପ୍ରତି ମିନିଟ ଏବଂ ୨୦୧୮-୧୯ରେ ପ୍ରତି ମିନିଟରେ ୨୦ ହଜାର ବୁକ୍ କରାଯାଇଥିଲା ।

ଯଦି ଆଜି କଥା କହିବା ତେବେ ଆଇଆରସିଟିସିର ୱେବସାଇଟରେ ପ୍ରତି ମିନିଟରେ ୨୫ ହଜାରରୁ ଅଧିକ ଟିକେଟ୍ ବୁକ୍ କରିବାର କ୍ଷମତା ରହିଛି । ସେହିଭଳି ଏପର୍ଯ୍ୟନ୍ତ ରେକର୍ଡ କଥା କହିବା ତ ମାର୍ଚ୍ଚ ୫ରେ ପ୍ରତି ମିନିଟରେ ରେକର୍ଡ ୨୬,୪୫୮ ଟିକେଟ୍ ବୁକ୍ କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଆଇଆରସିଟିସି ଯାତ୍ରୀଙ୍କ ସୁବିଧା ପାଇଁ ବଡ ଅପଡେଟ୍ ଦେଇଛି । ଏବେ ଆପଣ IRCTCର ଏକ ୟୁଜର ଆଇଡିରୁ ଗୋଟିଏ ମାସରେ ୧୨ ଟିକେଟ୍ ବୁକ୍ କରିପାରିବେ । ତେବେ ଗୋଟିଏ ଦିନରେ ଏକ ୟୁଜର ଆଇଡିରୁ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ କେବଳ ୨ଟି ହିଁ ଟିକେଟ୍ ବୁକ୍ କରିହେବ । ଏହି ସୁବିଧାର ଫାଇଦା ସେହିମାନେ ଉଠାଇ ପାରିବେ ଯେଉଁମାନଙ୍କ ଆଧାର କାର୍ଡ ଆଇଆରସିଟିସି ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବ ।