PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟକୁ ଯୋଗାଉଛନ୍ତି ରୋଜଗାର

ଖଲ୍ଲିକୋଟ, ୧୯।୩ -ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ  । ସେ ସିନା ନିଜ ଗୋଡରେ ଛିଡା ହୋଇ ପାରୁନହାନ୍ତି କିନ୍ତୁ ଅନ୍ୟକୁ ରୋଜଗାରକ୍ଷମ କରିବା ପାଇଁ ଅଣ୍ଟା ଭିଡିଛନ୍ତି  । ନିଜ ଗ୍ରାମରେ କତା ଦଉଡି ଓ ପାପୋଛ ତିଆରି ଛୋଟ ଉଦ୍ୟୋଗ କରି ୧୦ ରୁ ୧୨ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ନିଜେ ହୋଇ ପାରିଛନ୍ତି ରୋଜଗାର କ୍ଷମ  ।

ଖଲ୍ଲିକୋଟ ବ୍ଲକ ପଥରା ଗ୍ରାମର ଭିନ୍ନକ୍ଷମ କିଶୋର ଚନ୍ଦ୍ର ବେହରା  । ଦିନେ ଘରେ ମା’ ଗାଳି କରିବା କାରଣରୁ ଘର ଛାଡି କୁଆଡେ ଚାଲିଯାଇଥିଲେ  । ୧୯୯୪ ମସିହାରେ ସେ କଟକର ବାରଙ୍ଗ ଠାରେ କତା ଦଉଡି ଓ ପାପୋଛ ତିଆରି  ପ୍ରଶିକ୍ଷଣ ନେଇ ଗାଁକୁ ଫେରିଥିଲେ  ।  ଗାଁରେ ସେ ଦଉଡି ସାହାଯ୍ୟରେ ଚେୟାର ବୁଣି ଜୀବିକା ନିର୍ବାହ କରୁଥିଲେ  । ବର୍ତ୍ତମାନ ଦୌଡି ଟଣା ଚେୟାର କେହି ବ୍ୟବହାର କରୁ ନ ଥିବାରୁ ଏବଂ କତାରେ ତିଆରି ସାମାନର ଚାହିଦା ବଢିବାରୁ ନିଜ ଗ୍ରାମରେ ଆରମ୍ଭ କରିଛନ୍ତି ମା’ କାଳିଜାଇ କୋଇର ୱାର୍କ  । ଗ୍ରାମର ୧୦ ରୁ ୧୨ ଜଣ ଏସଏଚଜି ମହିଳା ଙ୍କୁ ପ୍ରଶିକ୍ଷଣ ଦେବା ସହ ନିଜେ ରୋଜଗାର ମଧ୍ୟ କରିପାରୁଛନ୍ତି  । କିଶୋର ବ୍ୟଙ୍କ ଲୋନ ନେଇ ପ୍ରଶିକ୍ଷଣ ଶିବିର ପାଇଁ ବହୁ ମେସିନ କିଣିଥିବା ବେଳେ ପୁରୀର ପିପିଲି ଓ ସାକ୍ଷୀଗୋପାଳ ଠାରୁ କଞ୍ଚା ମାଲ ଆମଦାନୀ କରି ପ୍ରଶିକ୍ଷଣ ଶିବିର ଚଳାଇଛନ୍ତି  । ତେବେ କିଶୋର ମାଗଣା ପ୍ରଶିକ୍ଷଣ ଦେଉଥିବା ବେଳେ ପ୍ରଶିକ୍ଷଣ ସମୟରେ କତା ରେ ତିଆରି ହେଉଥିବା ବିଭିନ୍ନ ସାମଗ୍ରୀକୁ ବଜାରରେ ବିକ୍ରୀ କରି ଦି ପଇସା ନିଜେ ରୋଜଗାର କରିବା ସହ ୧୦ ରୁ ୧୨ ଜଣ ମହିଳାଙ୍କୁ ରୋଜଗାର କ୍ଷମ କରାଇପାରିଛନ୍ତି  ।

କିଶୋର ଙ୍କ ଏକ ଛୋଟିଆ ଘରେ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ମେସିନ ରଖିବା ପାଇଁ ଜାଗା ହେଉନାହିଁ ।ସରକାର ସହଯୋଗ କଲେ ଏହି ଅନୁଷ୍ଠାନ ଆଗକୁ ଆହୁରି ବଡ ହୋଇ ପାରିବ ବୋଲି ଆଶା ରଖିଛନ୍ତି କିଶୋର । ତେବେ କିଶୋର ଙ୍କ ପାଖରେ କାମ କରୁଥିବା ୧୨ ଜଣ ମହିଳା କହନ୍ତି କିଶୋର ଭିନ୍ନକ୍ଷମ ହୋଇ ମଧ୍ୟ ତାଙ୍କର ଏହି ଭଳି ଉଦ୍ୟମ ଯୋଗୁଁ ସେମାନେ ପ୍ରଶିକ୍ଷଣ ନେବା ସହ ରୋଜଗାର କ୍ଷମ ହୋଇ ପାରିଛନ୍ତି  । ସେମାନେ ଆଗ ଖାଲି ସମୟରେ ଘରେ ବସି ସମୟ ନଷ୍ଟ କରୁଥିଲେ କିନ୍ତୁ ଏବେ କିଶୋର ଙ୍କ ପ୍ରଶିକ୍ଷଣ କେନ୍ଦ୍ର ଯୋଗୁଁ ରୋଜଗାର ବାଟ ପାଇଛନ୍ତି  । ତେବେ ଏଠାରେ ତିଆରି ହେଉଥିବା କତା ଓ ପାପୋଛ ଚାହିଦା ରହିଥିବା ଯୋଗୁଁ ଏହା ବଜାରରେ ୪୦ ରୁ ୬୦ ଟଙ୍କାରେ ବିକ୍ରି ହୋଇ ପାରୁଛି  । ଏହାକୁ ନିକଟସ୍ଥ ଖଲ୍ଲିକୋଟ, କେଶପୁର ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ବିକ୍ରି କରିଥାନ୍ତି  । ତେବେ ଆଗକୁ ସରକାରୀ ସହାୟତା ମିଳିଲେ ଏହି ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନତି ହେବା ସହ ଆନେକ ବେକାର ଓ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ସହ ରୋଜଗାର ଯୋଗାଇ ପାରିବ ବୋଲି ପ୍ରଶିକ୍ଷଣ ନେଉଥିବା ଏସ ଏଚ ଜି ଗ୍ରୁପର ମହିଳା ସଦସ୍ୟ ରଶ୍ମିତା ବେଜ , ପୁଷ୍ପାଞ୍ଜଳି ପ୍ରଧାନ କହିଛନ୍ତି । କିଶୋର ଭିନ୍ନକ୍ଷମ ହୋଇ ମଧ୍ୟ ନିଜେ ସକ୍ଷମ ହେବା ସହ ଅନ୍ୟ ମାନଙ୍କୁ ସକ୍ଷମ କରିବାର ଚେଷ୍ଟା ଅନ୍ୟ ମାନଙ୍କ ପାଇଁ ଉଦାହରଣ  ।