ବିଜେଡିରେ ସାମିଲ ହେଲେ ମୀରା ପରିଡା

source:http://www.odishabytes.com
ଭୁବନେଶ୍ୱର ୧୭/୩: ବିଜେଡିରେ ସାମିଲ ହେଲେ ମୀରା ପରିଡା । ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମୀରା ।
ବେଗୁନିଆ ଆସନରୁ ପ୍ରଶାନ୍ତ ଜଗଦେବ ଟିକେଟ ରେସରେ ଆଗରେ ଥିବା ବେଳେ ନୂଆ ଚେହେରା ଭାବେ ଉଭା ହୋଇଛନ୍ତି ମୀରା ପରିଡା । ତେବେ ମିରାଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ଟିକେଟରୁ ଲଢିବାକୁ ଚାହୁଁଛନ୍ତି ବୋଲି ପୂର୍ବରୁ ଅନେକ ଥର ଗଣମାଧ୍ଯମକୁ କହିଥିଲେ ମୀରା । ତେବେ ଦଳରେ ଯୋଗଦେବାପରେ ବେଗୁନିଆ ଆସନରୁ ଲଢିବାକୁ ମୀରାଙ୍କ ଇଛା ରହିଛି ଏବଂ ଏନେଇ ସେ ମୁଖ୍ଯମନ୍ତ୍ରୀଙ୍କୁ ମଧ୍ଯ ଜଣାଇଛନ୍ତି ବୋଲି ଗଣମାଧ୍ଯମକୁ ସୂଚନା ଦେଇଛନ୍ତି ।