ଭୁବନେଶ୍ୱର,୧୬/୦୫: ଆଜି ପବିତ୍ର ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହ ମଙ୍ଗଳମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ପୁରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଆଜି ମହିଳାଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ । ସେହିପରି ବରଗଛ ମୂଳେ ସାବିତ୍ରୀ ପାଳିଛନ୍ତି କିନ୍ନର। ଗୁରୁଙ୍କ ଦୀର୍ଘାୟୁ କାମନା କରିଛନ୍ତି । ରାଜଧାନୀର ପଳାଶପଲ୍ଲି ନିକଟରେ ଓଡ଼ିଶା କିନ୍ନର ଆଖଡ଼ା ତରଫରୁ ପକ୍ଷରୁ ସାବିତ୍ରୀ ବ୍ରତ ମହା ଆଡମ୍ବରରେ ପାଳନ କରାଯାଉଛି।
ଆହୁରି ପଢନ୍ତୁ-ରାତି ନ ପାହୁଣୁ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍, ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍ କର୍ମଚାରୀ
ଥାଳିରେ ଭଳିକି ଭଳି ଫଳ। ଶଙ୍ଖା ସିନ୍ଦୂର ଅଳତା ସଜ। ସାଵିତ୍ରୀ ପାଇଁ ମନ୍ଦିର ପ୍ରାଙ୍ଗଣରେ ବ୍ରତାଧରିଙ୍କ ଲମ୍ବା ଲାଇନ୍ । ସଧବା ମହିଳାମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ।ସଧବା ନାରୀଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓ ଶୁଭ ମନାସୀ ଓଷା କରିଛନ୍ତି ସଧବା ମହିଳା । ସାବିତ୍ରୀ ହେଉଛନ୍ତି ଶୁଦ୍ଧ ଚିନ୍ତା ଚେତନାର ଏକ ଦର୍ଶନ । ସାବିତ୍ରୀ ହୋଇପାରେ ଏକ ପରମ୍ପରା, ପୂଜା, ବ୍ରତ , ଉପାସନା, ବିଶ୍ୱାସ ଓ ଉପବାସ । କିନ୍ତୁ ଅନ୍ତରର ଆଇନାରେ ସାବିତ୍ରୀ ଏକ ସଂକଳ୍ପ, ଏକ ପ୍ରତିଜ୍ଞା,ଏକ ଭଲପାଇବା। ଆଜି ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ନିଜ ସ୍ବାମୀଙ୍କର ସୁନ୍ଦର ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଏହି ଦିନରେ ଓଷା କରୁ ବୋଲି କହିଛନ୍ତି ମହିଳା ।
ଅନ୍ୟପଟେ ହାତରେ ମେହେନ୍ଦି, ପାଦରେ ଅଳତା, ଗଭାରେ ଗଜରା ପୁଣି ମଥାରେ ସିନ୍ଦୂର । ହିନ୍ଦୁ ପରମ୍ପରା ଅନୁଯାୟୀ ସପ୍ତ ଶିଙ୍ଗାର ରୂପେ ସଜେଇ ହୋଇ ସାବିତ୍ରୀ ପାଳିଛନ୍ତି କିନ୍ନର। ମନରେ ଗୁରୁଙ୍କ ଶୁଭ ମନାସି ବରଗଛ ମୂଳେ ସାବିତ୍ରୀ କିନ୍ନର ମାନଙ୍କ ପୂଜାର୍ଚ୍ଚନା ଥିଲା ଖୁବ୍ ସୁନ୍ଦର । ପୂଜା ଥାଳିରେ ରହିଛି ନଡ଼ିଆ ପଣସ ତାଳ କଦଲି ,ଅଙ୍ଗୁର ,ଲିଚି ଭଳି ବିଭିନ୍ନ ଫଳମୂଳ । ଧୂପ ଦୀପ ନୈବେଦ୍ୟ ସାଙ୍ଗକୁ ଘଣ୍ଟ ଘଣ୍ଟିରେ ପ୍ରକମ୍ପିତ ପରିବେଶ । ରାଜଧାନୀ ପଳାଶପଲ୍ଲି ନିକଟରେ ଓଡ଼ିଶା କିନ୍ନର ଆଖଡ଼ା ତରଫରୁ ପକ୍ଷରୁ ସାବିତ୍ରୀ ବ୍ରତ ମହା ଆଡମ୍ବରରେ ପାଳନ କରିଛନ୍ତି । କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନର ମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି କିନ୍ନର ମାନେ ।ସେହିପରି ବିହାରୀ ସମ୍ପ୍ରଦାୟ ର ମହିଳା ମାନେ ମଧ୍ୟ ବରଗଛ ମୂଳେ ପୂଜା କରି ପରଷ୍ପର କୁ ସିନ୍ଦୂର ଲଗେଇ ପାଳିଛନ୍ତି ସାବିତ୍ରୀ। ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ସାବିତ୍ରୀ ଓଷା ଅନ୍ୟତମ । ସମସ୍ତ ସଧବା ନାରୀ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ରଖୁଥିବା ବେଳେ କିନ୍ନରଙ୍କ ପରମ୍ପରା ମଧ୍ୟ ସ୍ବତନ୍ତ୍ର।