ଭୁବନେଶ୍ୱର,୦୬/୦୪: ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁରୁ ତେଲେନଡିହି ରିଜର୍ଭ ଫରେଷ୍ଟ ଜଙ୍ଗଲରୁ ଚୋରା କୋଇଲା ଖଣିରୁ କୋଇଲା ପରିବହନ ହେଉଥିଲା । ଏହାପରେ ପରେ ଖଣି ବିଭାଗ ପକ୍ଷରୁ ହେମଗିରି ଥାନାରେ ଏତଲା ଦେଲେ କନିଷ୍ଠ ଖଣି ବିଭାଗ ଅଧିକାରୀ । ଏତଲା ପରେ ମାଫିଆଙ୍କୁ ଧରିବା ପାଇଁ ପୋଲିସ ଛାନଭିନ । 

ବର୍ଷ ବର୍ଷ ଧରି  ମାଫିଆ ମାନେ ଜଙ୍ଗଲରୁ  କୋଇଲା ଚୋରି କରୁଥିବା ବେଳେ ନା ଥିଲା ପ୍ରଶାସନ ପାଖରେ ଖବର  ନା ବନ ବିଭାଗ, ନା ଜାଣିଶୁଣି ଚୁପ ରହିଥିଲେ ଏନେଇ ସାଧାରଣରେ ଏବେ ପ୍ରଶ୍ନ ଉଠିଛି । ସେପଟେ ଖଣି ବିଭାଗ ୨୭ ଟନ୍ କୋଇଲା ଜବତ କରିବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଛି ଏହି ଅଭିଯୋଗରେ କାହାର ନା ନଥିବାରୁ ପ୍ରଶ୍ନ ଉଠିଛି ।