ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ରାଜ୍ୟର ବିଭିନ୍ନ ଜନବସତି ବିହୀନ ଦ୍ବୀପରେ ଉଡିଲା ତ୍ରିରଙ୍ଗା

Published By : Prameya | January 25, 2025 11:17 PM

ଭୁବନେଶ୍ବର, ୨୫।୧ :  ରାଜ୍ୟର ବିଭିନ୍ନ ଜନବସତି ବିହନୀ ଦ୍ବୀପଗୁଡିକରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।  ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣ ଦ୍ବୀପ, ଭଦ୍ରକ ଜିଲ୍ଲାର ନୟା ଟାପୁ ଦ୍ବୀପ, ଉଡ଼ାବାଲି, କନିକା, ଲଙ୍ଗ ହ୍ଵିଲର, ସର୍ଟ ଆଇଲାଣ୍ଡ, ସ୍ମଲ ହ୍ଵିଲର ଏବଂ ଜଗତସିଂହପୁର ଜିଲ୍ଲାର ବୋଇତରକୁଦ, ଜଟାଧାରୀ ତଣ୍ଡା ଏବଂ ବରକୁଦ ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

୨୦୨୪ ମସିହା ନଭେମ୍ବର ମାସରେ ଓଡିଶାରେ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ  ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟଗୁଡିକରେ ଥିବା ଜନବସତି ବିହୀନ ଦ୍ବୀପ ଗୁଡିକରେ  ସାଧାରଣତନ୍ତ୍ର ଦିବସ କିମ୍ବା ତା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବା ନିମନ୍ତେ ନିର୍ଦ୍ଦେଶ  ଦେଇଥିଲେ।  ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ୧୦ଟି ଉପକୂଳଦ୍ୱୀପକୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ କାର୍ଯ୍ୟକାରୀ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେଇଥିଲେ । ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଓଡିଶା ପୋଲିସର ସାମୁଦ୍ରିକ ଥାନା ପକ୍ଷରୁ ଏହି ଦ୍ବୀପଗୁଡିକୁ ସର୍ଭେ କରାଯାଇ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ଜନବସତି ବିହୀନ ଦ୍ୱୀପପୁଞ୍ଜ ଗୁଡିକରେ ଭାରତର ଗର୍ବ ଏବଂ ସାର୍ବଭୌମତ୍ୱ ପ୍ରଦର୍ଶନ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ପରିକଳ୍ପିତ ଏହି ଚିନ୍ତାଧାରାର ଉଦ୍ଦେଶ୍ୟ । ସ୍ୱାଧୀନତା ପରେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.