ବିଜେଡିରୁ ଇସ୍ତଫା ଦେଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

source:odishakhabara.in
ଭୁବନେଶ୍ୱର ୧୮/୩: ବିଜେଡି ଛାଡିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ । ସୋମବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିନାଥ । ଦଳର ସଭାପତି ନବୀନଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।
ତ୍ରିନାଥ ଗମାଙ୍ଗ ହେଉଛନ୍ତି ହେମା ଗମାଙ୍ଗଙ୍କ ଭାଇ ଓ ଗିରିଧାରୀ ଗମାଙ୍ଗଙ୍କ ଶଳା । ତେବେ ଚଳିତ ନିର୍ବାଚନରେ ଗୁଣପୁରରୁ ରଘୁନାଥ ଗମାଙ୍ଗଙ୍କୁ ଟିକଟ ମିଳିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ସେହି ଅନୁସାରେ ରଘୁନାଥ ଗମାଙ୍ଗ ମଧ୍ୟ ଗୁଣପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର କରିସାରିଲେଣି । ତେଣୁ ଏଥର ସେ ଟିକଟ୍ ନପାଇବା ଆଶଙ୍କାରେ ବିଜେଡିରୁ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି ।
ତେବେ ତାଙ୍କୁ ଦଳରେ ଅବହେଳା କରାଯାଉଥିବା ଅଭିଯୋଗ ଦର୍ଶାଇ ସେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଇସ୍ତଫା ପତ୍ରରେ ସେ ନିଜ ଅସନ୍ତୋଷ ବ୍ଯକ୍ତ କରିଛନ୍ତି । ବିଭିନ୍ନ ସମୟରେ ତାଙ୍କୁ ଅପମାନ କରାଯାଇଥିବା ସେ ଇସ୍ତଫା ପତ୍ରରେ ଲେଖିଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ତ୍ରିନାଥ । କୁହାଯାଉଛି ଟିକଟ ନମିଳିଲେ ମଧ୍ୟ ତ୍ରିନାଥ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।