PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସରିଲା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ; ଜାଣନ୍ତୁ କେତେ ପ୍ରତିଶତ ହୋଇଛି ମତଦାନ?

Image courtesy: Prabhat khabar

ଅଗରତାଲା,୧୬/୦୨: କଡା ସୁରକ୍ଷା ମଧ୍ୟରେ ଗୁରୁବାର ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ମତଦାନ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ରାଜ୍ୟର ୩,୩୩୭ଟି ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା। ତ୍ରିପୁରା ନିର୍ବାଚନରେ ​​ମୋଟ ୨୫୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ୧୧୦୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଏବଂ ୨୮ ଟି ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିଲା। ମହିଳା ମତଦାନ କର୍ମଚାରୀ ୯୭ଟି ମତଦାନ କେନ୍ଦ୍ର ପରିଚାଳନା କରିଥିଲେ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୮୧% ମତଦାନ ହୋଇଥିବା ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ତ୍ରିପୁରା ବିଧାନସଭା ନିର୍ବାଚନକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ କଥା…

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଅପରାହ୍ନ ୪ଟା ସୁଦ୍ଧା ୮୧ ପ୍ରତିଶତ ମତଦାନ ହୋଇଥିଲା। ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟରେ ନିର୍ବାଚନ କରିବା ପାଇଁ ୩୧,୦୦୦ ନିର୍ବାଚନ ଦାୟିତ୍ବୀରେ ଥିବା କର୍ମଚାରୀ ଏବଂ କେନ୍ଦ୍ରୀୟ ପ୍ରତିରକ୍ଷା ବାହିନୀର ୨୫,୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ଏଥିସହ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସର ୩୧,୦୦୦ କର୍ମଚାରୀ ନିୟୋଜିତ ହୋଇଥିଲେ ମତଦାନ ସମୟରେ ଶାରୀରିକ ଅକ୍ଷମ ଏବଂ ବୃଦ୍ଧ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଯାହାଦ୍ୱାରା ସେମାନେ ମତଦାନ କେନ୍ଦ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ତୃତୀୟଲିଙ୍ଗି ଭୋଟରମାନେ ମଧ୍ୟ ତ୍ରିପୁରା ବିଧାନସଭା ନିର୍ବାଚନ ରେ ବହୁ ସଂଖ୍ୟାରେ ଭୋଟ୍ ଦେଇଥିଲେ।

Tripura Assembly Election 2023 held on 26th feb 2023 (Image Courtesy- The Indian Express)

ଏହି ଖବର ମଧ୍ୟ ପଢ଼ନ୍ତୁ: ନିର୍ଦ୍ଦେଶାବଳୀ ପ୍ରତ୍ୟାହାର କଲେ ଭିଜିଲାନ୍ସ କମିଶନ; ବର୍ତ୍ତମାନ ପୁଣି ଦୁର୍ନୀତି ମାମଲାର ତଦନ୍ତ କରିପାରିବେ ଅବସରପ୍ରାପ୍ତ ଅଧିକାରୀ

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଅଗରତାଲାରେ ଭୋଟ୍ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶାହ କହିଥିଲେ ଯେ, ଆମେ ଶାନ୍ତିପୂର୍ଣ୍ଣ ଭୋଟ୍ ଚାହୁଁଛୁ। ଲୋକମାନେ ମୋତେ ପଚାରୁଛନ୍ତି ଯେ, ମୋ ଆଗରେ ଚ୍ୟାଲେଞ୍ଜ କ’ଣ? ତେବେ କଂଗ୍ରେସ ଓ ବାମପନ୍ଥୀ ପ୍ରତିଦ୍ବନ୍ଦିମାନେ, ଯେଉଁମାନେ ଏକ ମେଣ୍ଟଗଠନ କରିବାକୁ ଏକାଠି ହୋଇଛନ୍ତି, ସେମାନେ ଶାନ୍ତି ବଜାୟ ରଖିବା ଆବଶ୍ୟକ। ଆମର ବିଶ୍ବାସ ଅଛି ଯେ, ଏଠାରେ ବିଜେପି ନିଶ୍ଚିତ ଭାବରେ ସରକାର ଗଠନ କରିବ।

ସମ୍ବନ୍ଧିତ ଖବର