ନୂଆଦିଲ୍ଲୀ ୦୭/୦୪: ସାଉଥ୍ ସିନେ ଜଗତର ସୁପର୍‌ଷ୍ଟାର ବିଜୟ ଥଲାପତି ଓ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ପୁଣି ଥରେ ଚର୍ଚ୍ଚାରେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତ୍ରିଶାଙ୍କର ସଦ୍ୟ ସୋସିଆଲ ମିଡିଆ ପୋଷ୍ଟ୍ ଭାଇରାଲ ହେଉଛି । ତ୍ରିଶା ଇନ୍‌ଷ୍ଟାଗ୍ରାମରେ ପ୍ରେମ ଓ ଆତ୍ମସମ୍ମାନ ସହ ଜଡ଼ିତ ଏକ ବାର୍ତ୍ତା ଶେୟାର କରିଛନ୍ତି । ଲେଖିଛନ୍ତି ‘ପ୍ରେମ ସବୁକିଛି ନୁହେଁ, କିନ୍ତୁ ପ୍ରେମ ବିନା ସବୁ ବେକାର ।’ ଏହି ପୋଷ୍ଟ୍‌କୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଯୋଡ଼ାଯାଉଛି । ଥଲାପତି ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବିବାହ ବିଚ୍ଛେଦ ଖବର ଚର୍ଚ୍ଚାରେ ଥିବାବେଳେ ଏହି ପୋଷ୍ଟ୍ ସବୁରି ଧ୍ୟାନ ଆକର୍ଷଣ କରିଛି ।

ରିପୋର୍ଟ ଅନୁସାରେ, ସଙ୍ଗୀତା କୋର୍ଟରେ ବିବାହ ବିଚ୍ଛେଦ ଆବେଦନ କରି ସମ୍ପର୍କରେ ଫାଟ ଓ ମାନସିକ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି । କିଛି ଦିନ ତଳେ ବିଜୟ ଓ ତ୍ରିଶାଙ୍କୁ ଚେନ୍ନାଇରେ ଏକ ହାଇ-ପ୍ରୋଫାଇଲ ବିବାହରେ ଦେଖିବାକୁ ମିଳିଥିଲା । ଉଭୟ ଏକସଙ୍ଗେ ବିବାହରେ ଏଣ୍ଟ୍ରି କରି ନିଆଁରେ ଘିଅ ଢାଳିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓ ପରେ ଫ୍ୟାନ୍ ଅନୁମାନ କରୁଛନ୍ତି, ଉଭୟଙ୍କ ସମ୍ପର୍କ କେବଳ ବନ୍ଧୁତାରେ ସୀମିତ ନାହିଁ । ତେବେ ଏ ନେଇ ବିଜୟ କିମ୍ବା ତ୍ରିଶା କେହି ଔପଚାରିକ ରୂପେ ପ୍ରତିକ୍ରିୟା ଦେଇନାହାନ୍ତି । ଫ୍ୟାନ୍ ଉଭୟଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ।

ତେବେ ତ୍ରିଶା ଓ ବିଜୟ ତାମିଲ ସିନେମାର ଅନେକ ହିଟ୍ ଫିଲ୍ମରେ ଏକାଠି କାମ କରିଛନ୍ତି । ତନ୍ମଧ୍ୟରେ ‘ଘିଲି’, ‘ଥିରୁପାଚୀ’, ‘ଆଥୀ’ ଓ ‘କୁରୁଭି’ ଅନ୍ୟତମ । ଉଭୟଙ୍କ ଅନ୍‌ସ୍କ୍ରିନ୍‌ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହା ପରେ ପରଦା ପଛରେ ସେମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଥିଲା । ତେବେ ଦୁହେଁ ଏହାକୁ ଖଣ୍ଡନ କରିଥିଲେ । ୨୦୨୩ରେ ଉଭୟ ‘ଲିଓ’ରେ ପରଦାକୁ ଆସିବା ପରେ ଚର୍ଚ୍ଚା ପୁଣି ଜୋର ଧରିଲା ।

ଆହୁରି ପଢନ୍ତୁ...ଛାଡପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କୃଷ୍ଣନ, ଭାଇରାଲ ହେଉଛି ଭିଡିଓ...