PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଦେଶ ଛାଡି ପାରିବେନି ଚନ୍ଦା କୋଚର, ସିବିଆଇ ଜାରି କଲା ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ,୨୨।୨: ଆଇସିଆଇସିଆଇ –ଭିଡିଓକୋନ୍ ଭ୍ରଷ୍ଟାଚାର ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର, ତାଙ୍କ ସ୍ବାମୀ ଦୀପକ କୋଚର ଓ ଭିଡିଓକୋନ୍ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବେଣୁଗୋପାଳ ଧୁତଙ୍କ ବିରୋଧରେ ସିବିଆଇ ଆଜି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଲୁକ୍ ଆଉଟ୍ ନୋଟିସ୍ ଜାରି ହେବା ପରେ ଚନ୍ଦା କୋଚରଙ୍କ ସମେତ ଏହି ୩ ଜଣ ଦେଶ ଛାଡି ଯାଇପାରିବେ ନାହିଁ। ସିବିଆଇ ଦେଶର ସମସ୍ତ ଇମିଗ୍ରେସନ୍ ଅଥରିଟି, ଏୟାରପୋର୍ଟ ଏବଂ ଏଣ୍ଟ୍ରି -ଏକ୍ସିଟ୍ ପଏଣ୍ଟକୁ ଏ ସମ୍ପର୍କରେ ସୂଚିତ କରାଇ ଦେଇଛି ଯେ, ଚନ୍ଦା କୋଚର, ତାଙ୍କର ସ୍ବାମୀ ଦୀପକ ଏବଂ  ଧୁତ ଦେଶ ବାହାରକୁ ଯିବାର ଚେଷ୍ଟା କରୁଛନ୍ତି।

source: https://www.indiatoday.in

ଏଠାରେ ଉଲ୍ଲେଖନୀୟ ଯେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୦୦୯ରୁ ଅକ୍ଟୋବର ୨୦୧୧ ମଧ୍ୟରେ ଭିଡିଓକୋନ୍ ଗ୍ରୁପକୁ ୧,୮୭୫ କୋଟି ଟଙ୍କାର ୬ଟି ଲୋନ୍ ଦିଆଯାଇଥିଲା। ଏହି ଲୋନରେ ଭ୍ରଷ୍ଟାଚାର କଥା ସାମନାକୁ ଆସିଥିଲା। ଅଭିଯୋଗ ପରେ ଏହି ମାମଲାରେ ଏତାଲା ଦାୟର କରାଯାଇଥିଲା। ଯେଉଁଥିରେ ଦୀପକ କୋଚର, ବେଣୁଗୋପାଳ ଧୁତଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ପରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଦିଆଯାଇଥିଲା। ଏବେ ପୁଣିଥରେ ଏହି ଦୁହିଁଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଦିଆଯାଇଛି। ଏଥିରେ ଚନ୍ଦା କୋଚରଙ୍କ ନାମ ମଧ୍ୟ ସାମିଲ କରିଦିଆଯାଇଛି।