PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସମୁଦ୍ରରେ ବୁଡ଼ି ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୋଗରାଇ,୨୦/୧୧,(ଆ.ପ୍ର.) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଉପାନ୍ତ ଉଦୟପୁର ବେଳାଭୂମି ସମୁଦ୍ରରେ ସ୍ନାନ କରିବାକୁ ଯାଇ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ସାଂକୋ ଥାନା ମେଛୁଆ ବଜାର ଅଞ୍ଚଳର ୬୦ ବର୍ଷୀୟ ଉମେଶ ପ୍ରସାଦ।

 ସୂଚନା ମୁତାବକ ଉମେଶ ତାଙ୍କର ତିନି ଜଣ ବନ୍ଧୁ ଶିବ ଶଙ୍କର ପ୍ରସାଦ,ବିଜୟ କୁମାର ଗୁପ୍ତା ଓ କାର୍ତ୍ତିକ ସାହାଙ୍କ ସହିତ ଦୀଘା ବୁଲିବାକୁ ଆସିଥିଲେ। ରବିବାର ମଧ୍ୟାହ୍ନରେ ଓଡ଼ିଶାର ଉଦୟପୁର ବେଳାଭୂମି ସମୁଦ୍ରକୁ ସ୍ନାନ କରିବାକୁ ଓହ୍ଲାଇ ଥିଲେ। କିଛି ସମୟ ବନ୍ଧୁ ମାନଙ୍କ ଗହଣରେ ସମୁଦ୍ରରେ ସ୍ନାନ କରିବା ପରେ ଉମେଶ ପ୍ରସାଦ ହଠାତ୍ ଚେତାଶୂନ୍ୟ ହୋଇ ଆଣ୍ଠୁଏ ପାଣିରେ ପଡ଼ି ଯାଇଥିଲେ। ଉମେଶ ପାଣିରେ ପଡ଼ିଯିବା ଦେଖି ଅନ୍ୟ ତିନି ବନ୍ଧୁ ତାଙ୍କୁ ପାଣିରୁ ଉଦ୍ଧାର କରି ଚେତାଶୂନ୍ୟ ଅବସ୍ଥାରେ ଦୀଘା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର