ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭୟଙ୍କର ସଡ଼କ ଦୁର୍ଘଟଣା; ଘରକୁ ଫେରୁଥିବାବେଳେ ଟ୍ରକ୍ -ଟ୍ରେଲର ଧକ୍କା, ୧୩ ମୃତ

Published By : Ankita S | May 12, 2025 7:46 AM

ରାୟପୁର,୧୨/୦୫: କେତେ ଖୁସିରେ ଘରକୁ ଫେରୁଥିଲେ । ଫ୍ୟାମିଲି ଫଙ୍କସନ୍‌ରେ ସାମିଲ ହୋଇ ହସଖୁସିରେ ଘରକୁ ଆସୁଥିଲେ । ହେଲେ କିଏ ଜାଣିଥିଲା ବାଟରେ ଯମ ଜଗି ବସିଛି ବୋଲି । ଛତିଶଗଡ ରାୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ମିନି ଟ୍ରକ୍ ଓ ଟ୍ରେଲର ଧକ୍କା ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୪ ଶିଶୁଙ୍କ ସମେତ ୯ ଜଣ ମହିଳା ଅଛନ୍ତି । ପାରିବାରିକ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ପ୍ରାୟ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ମୃତକଙ୍କ ମଧ୍ୟରେ ୪ ଶିଶୁ-୯ ମହିଳା - ମିନି ଟ୍ରକ୍‌ରେ ଆସିବା ହେଲା କାଳ । ରାୟପୁର- ବଲୋଦାବାଜାର ରୋଡ଼ ସାରାଗାଁ ନିକଟରେ ଏକ ଯାତ୍ରୀବାହୀ ମିନି ଟ୍ରକ ଓ ଟ୍ରେଲର ଧକ୍କା ହୋଇଥିଲା । ଏଥିରେ ୧୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।  ସେଥିରେ ୪ ଜଣ ଶିଶୁଙ୍କ ସମେତ ୯ ଜଣ ମହିଳା ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢନ୍ତୁ...ଅସ୍ତ୍ରବିରତିକୁ ନେଇ ପାକିସ୍ତାନ ପକ୍ଷରୁ ଆସିଲା ବଡ ବୟାନ, କହିଲା…

ଦୁର୍ଘଟଣାର ଖବର ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ଭୀମରାଓ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ରାୟପୁର ଜିଲ୍ଲାପାଳ ଗୌରବ ସିଂହ ସୂଚନା ଦେଇଛନ୍ତି । ଯଦିଓ ଦୁର୍ଘଟଣାର କାରଣ ଜଣାପଡିନାହିଁ ତେବେ ନିୟନ୍ତ୍ରଣ ହରାଇ ଥିବାକୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ହୁଏତ ଚାଳକ ନିଶାଶକ୍ତ ହୋଇଥାଇ ପାରନ୍ତି । ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.