PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଲୁଟ୍‌ ପାଇଁ ଗୋଡ଼ାଇବାରୁ ଭାରସାମ୍ୟ ହରାଇଲା ଚାଳକ, ଘର ଭିତରେ ପଶିଗଲା ଟ୍ରକ୍‌

ଅନୁଗୁଳ,୨୨ା୧(ବ୍ୟୁରୋ): ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଗାନ୍ଧୀମାର୍ଗ୍‌ ଇଲାକାରେ ଏକ ଭୟଙ୍କର ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି । ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଡିଭାଇଡ଼ର୍‌ ପାର୍‌ ହୋଇ ଅପର ପାଶ୍ୱର୍ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଚାରି ଚାରିଟି ଜୀବନ ବର୍ତ୍ତି ଯାଇଛି । ରାତିରେ ପୁଲିସ ପାଟ୍ରୋଲିଂ ଅଭାବରୁ ଗାନ୍ଧୀମାର୍ଗରେ ଲୁଟେରାଙ୍କ ରାଜ୍‌ ଚାଲିଛି । ଲୁଟେରାଙ୍କ ଦୌରାତ୍ମ୍ୟରୁ ବର୍ତ୍ତିବାକୁ ଚାଳକ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି ।
ପ୍ରକାଶ ଯେ, ନିଶା ଶିଳ୍ପାଞ୍ଚଳସ୍ଥିତ ଜେଏସ୍‌ପିଏଲ୍‌ କାରଖାନାରେ ଆଇରନ୍‌ ଓର୍‌ ଖଲାସ କରି ଟ୍ରକ୍‌ (ଓଆର୍‌୦୯ଜି୫୨୩୨)ଟି ଫେରୁଥିବା ବେଳେ ଗାନ୍ଧୀମାର୍ଗ ଅମଲାପଡ଼ା ଇଲାକାରେ ଗତ ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବାମ ପାଶ୍ୱର୍ରେ ଯାଉଥିବା ଟ୍ରକ୍‌ଟି ଭାରସାମ୍ୟ ହରାଇ ଡିଭାଇଡ଼ର୍‌ ଉପରେ ଚଢ଼ଯିବା ସହ ଅପର ପାଶ୍ୱର୍ରେ ଥିବା ବାବୁଲି ସେଠଙ୍କ ପାଚେରୀରେ ପିଟି ହୋଇଥିଲା । ପାଚେରୀ ଭାଙ୍ଗି ଟ୍ରକ୍‌ଟି ଠିକ୍‌ କାନ୍ଥ ପାଖରେ ସୌଭାଗ୍ୟକ୍ରମେ ଅଟକି ଯାଇଥିଲା । ରାତିରେ ଏ ନେଇ ପୁଲିସରେ ଅବଗତ କରାଯାଇଥିଲା । ଗାନ୍ଧିମାର୍ଗରେ ରାତିରେ ଯାତାୟାତ କରୁଥିବା ଟ୍ରକ୍‌ରୁ କିଛି ଦୁର୍ବୃତ୍ତ ଧମକଚମକ ଦେଇ ଚାନ୍ଦା ଆଦାୟ କରୁଥିବା ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ୱ ଦେଉନାହିଁ । ନିୟମିତ ପାଟ୍ରୋଲିଂ ହେଉନଥିବାରୁ ଦୁର୍ବୃତ୍ତ ଏହାର ଫାଇଦା ନେଇ ଗାଡ଼ି ଚାଳକଙ୍କୁ ଜୋର୍‌ଜୁଲମ କରୁଛନ୍ତି । ଦୁର୍ବୃତ୍ତଙ୍କ ଦାଉରୁ ବର୍ତ୍ତିବାକୁ ଦ୍ରୁତ ଗତିରେ ଖସିବାକୁ ଉଦ୍ୟମ କରି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛନ୍ତି । ଏହି କାରଣରୁ ଗାନ୍ଧୀମାର୍ଗରେ ଦୁର୍ଘଟଣାରେ ଜୀବନହାନି ହେବାର ନଜିର ରହିଛି ।