PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ

ବୌଦ୍ଧ, ୨୦/୦୩ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ। ବୌଦ୍ଧ ବନ ବିଭାଗ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ଏକ କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ କରିଛି। ଏହା ସହ ତିନି ଜଣକୁ ଗିରଫ କରିଛି ବନ ବିଭାଗ।

ସୂଚନାନୁଯାୟୀ, କଣ୍ଟାମାଳ ରେଞ୍ଜ୍ ଖୁଣ୍ଟିଗୋରା ଠାରେ କାଠ ଚାଲାଣ ହେଉଥିବା ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ବିଶେଷ ସୂତ୍ରରୁ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଖୁଣ୍ଟିଗୋରା ଠାରେ ଥିବା ଏକ ଟ୍ରକ୍ ଉପରେ ଚଢ଼ାଉ କରିଥିଲେ। ଟ୍ରକ୍‌ରୁ କେନ୍ଦୁକାଠ ଜବତ କରିବା ସହ ତିନି ଜଣକୁ ଗିରଫ କରିଛି ବନ ବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ଜଣେ ଥିବା ବେଳେ ପଶ୍ଚିମବଙ୍ଗର ଦୁଇ ଜଣ ଥିବା ଜଣାପଡିଛି। ଜବତ କାଠର ମୂଲ୍ୟ ଆଠ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି।