ନୂଆଦିଲ୍ଲୀ- ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଣ୍ଟାନିଲକୁ ‘ସାମୂହିକ ବିନାଶକାରୀ ଅସ୍ତ୍ର’ ଭାବେ ଘୋଷଣା କରୁଥିବା କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ, ସୋମବାର ଦସ୍ତଖତ କରିଛନ୍ତି। ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ,ଯୁଗ୍ମ ମୁଖ୍ୟ କର୍ମଚାରୀଙ୍କ ଅଧ୍ୟକ୍ଷ ଜେନେରାଲ ଡାନ୍ କାଇନ୍, ହ୍ୱାଇଟ୍ ହାଉସ୍ ସୀମା ମୁଖ୍ୟ ଟମ୍ ହୋମାନ ଓ ଅନ୍ୟାନ୍ୟ ଉଚ୍ଚ ସାମରିକ ଅଧିକାରୀଙ୍କ ଉପସ୍ଥିତିରେ ଟ୍ରମ୍ପ ଓଭାଲ ଅଫିସରେ ଏହି ଆଦେଶରେ ଦସ୍ତଖତ କରିଛନ୍ତି।
ଏହା ସହ ମଧ୍ୟ ପଢନ୍ତୁ : ଇଥିଓପିଆରେ ପହଞ୍ଚିଲେ ପିଏମ୍ ମୋଦି ; ଏୟାରପୋର୍ଟରେ ପିଏମ୍ ଅଲି ଆଲିଙ୍ଗନ କରି କଲେ ସ୍ୱାଗତ , ନିଜ କାରରେ ନେଇଗଲେ ହୋଟେଲ୍
ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ତାଙ୍କ ପ୍ରଶାସନ ଫେଣ୍ଟାନିଲକୁ ଅଫିସିଆଲି ଭାବେ ସାମୂହିକ ବିନାଶର ଅସ୍ତ୍ର ଭାବେ ବର୍ଗୀକୃତ କରୁଛି, ଯାହା ବାସ୍ତବରେ ତାହା ହିଁ ଅଟେ। କୌଣସି ବି ବୋମା ସେହି କାମ କରି ପାରିବ ନାହିଁ, ଯାହା ଏହି (ଫେଣ୍ଟାନିଲ) କରୁଛି। ହେଲେ , ବର୍ତ୍ତମାନ ଏହା ସ୍ପଷ୍ଟ ନୁହେଁ ଯେ, ନୂଆ କାର୍ଯ୍ୟକାରୀ ଆଦେଶ ଜାରି ହେଲେ ଫେଣ୍ଟାନିଲର ଶିକାର ଲୋକେ ଓ ଏହାର ତସ୍କରୀରେ ସାମିଲ ଅପରାଧିଙ୍କ ପାଇଁ କଣ ଅର୍ଥ ରଖିବ, ତଥା ଏଥିରେ ଟ୍ରମ୍ପ ପ୍ରଶାସନର ନୀତିରେ କଣ ପରିବର୍ତ୍ତନ ଆସିବ।
କହି ରଖୁଛି ଯେ, ସାମୂହିକ ବିନାଶର ଅସ୍ତ୍ର ଶବ୍ଦଟି ସାଧାରଣତଃ ଜନସଂଖ୍ୟା, ଭିତ୍ତିଭୂମି କିମ୍ବା ପରିବେଶକୁ ଗୁରୁତ୍ବପୂର୍ଣ ଏବଂ ସ୍ଥାୟୀ କ୍ଷତି ପହଞ୍ଚାଇବାରେ ସକ୍ଷମ ପରମାଣୁ , ଜୈବିକ, ରାସାୟନିକ କିମ୍ବା ସାଇବର ବିପଦକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ। ଏହି ଆଦେଶ ଗୃହ ସୁରକ୍ଷା ସଚିବଙ୍କୁ ସାମୂହିକ ବିନାଶକାରୀ ଅସ୍ତ୍ର ଚିହ୍ନଟ କରିବା ପାଇଁ ବ୍ୟବହୃତ ଗୁପ୍ତଚର ସମ୍ୱଳ ବ୍ୟବହାର କରି, ଫେଣ୍ଟାନିଲ୍ ଚାଲାଣରେ ଜଡିତ ଗ୍ୟାଙ୍ଗଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଫେଣ୍ଟାନିଲ୍ ତସ୍କରୀରେ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ ଏବଂ ଗୋଷ୍ଠୀଗୁଡ଼ିକର ସମ୍ପତ୍ତିକୁ ଅବରୋଧ ଏବଂ ଫ୍ରିଜ୍ କରିବାକୁ ରାଜ୍ୟ ଏବଂ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିରେ ଫେଣ୍ଟାନିଲ ସମେତ ବିଭିନ୍ନ ନିଶାଦ୍ରବ୍ୟ ଚାଲାଣ ପ୍ରସଙ୍ଗରେ ପେଣ୍ଟାଗନ୍ (ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ) ଏବଂ ନ୍ୟାୟ ବିଭାଗ ମଧ୍ୟରେ ଅଧିକ ସହଯୋଗ ପାଇଁ ମଧ୍ୟ ଆହ୍ୱାନ କରାଯାଇଛି।
ଏହା ପୂର୍ବରୁ, ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷର ଆରମ୍ଭରେ କିଛି ନିଶା ଦ୍ରବ୍ୟ କାରବାର ଦଳଙ୍କୁ ଆତଙ୍କବାଦୀ ଗୋଷ୍ଠୀ ଭାବେ ନାମିତ କରିଥିଲା । ଏହି ପଦକ୍ଷେପ ସଶସ୍ତ୍ର ବାହିନୀ ଏବଂ ଘରୋଇ ଆଇନ ପ୍ରବର୍ତ୍ତନ ଏଜେନ୍ସି ମଧ୍ୟରେ କ ସମନ୍ୱୟ ପାଇଁ ପଥ ପ୍ରଶସ୍ତ କରିଥିଲା, କିନ୍ତୁ ଆଇନଗତ ବିଶ୍ଳେଷକମାନେ ଏହାର ପରିସର ଏବଂ ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି।