ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦେଶର ଚାରି ଦିବସୀୟ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଅନୁସାରେ, ମଙ୍ଗଳବାର ଇଥିଓପିଆରେ ପହଞ୍ଚିଛନ୍ତି। ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀ ଅଦିସ ଅବାବା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହୋଟେଲ ଯାଏ ନିଜ ଗାଡ଼ିରେ ନେଇ ଥିଲେ। ରାସ୍ତାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜ୍ଞାନ ସଂଗ୍ରହାଳୟ ଓ ମୈତ୍ରୀ ପାର୍କ ମଧ୍ୟ ଦେଖାଇ ଥିଲେ। ଉଲ୍ଲେଖନୀୟ ଯେ, ପିଏମ୍ ମୋଦିଙ୍କ ଏହା ପ୍ରଥମ ଇଥିଓପିଆ ଗସ୍ତ।
କହି ରଖୁଛୁ ଯେ, ଇଥିଓପିଆକୁ ନିଜର ପ୍ରଥମ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବେ। ଏହି ସମୟରେ ସେ ‘ଗଣତନ୍ତ୍ରର ଜନନୀ’ ଭାବେ ଭାରତର ଯାତ୍ରୀ ଓ ଗ୍ଲାବାଲ ସାଉଥ୍ ପାଇଁ ଭାରତ-ଇଥିଓପିଆ ପାର୍ଟନରସିପ୍ କଣ ଅର୍ଥ ରଖିବ, ସେ ବିଷୟରେ ନିଜର ବିଚାର ବ୍ୟକ୍ତ କରିବେ। ପିଏମ୍ ମୋଦି ଇଥିଓପିଆର ପ୍ରଧାନମନ୍ତ୍ରୀ ଡା. ଅବି ଅହମଦ ଅଲୀଙ୍କ ସହ ଦ୍ୱିପାକ୍ଷୀୟ ସମ୍ୱନ୍ଧର ସବୁ ଦିଗ ଉପରେ ବ୍ୟାପକ ଆଲୋଚନା ମଧ୍ୟ କରିବେ।
#WATCH | PM of Ethiopia, Abiy Ahmed Ali received PM Narendra Modi at the Addis Ababa airport. In a unique gesture, he also drove PM Modi to the hotel.
— ANI (@ANI) December 16, 2025
On the way, he took a special initiative of taking PM Modi to the Science Museum and Friendship Park, which was not in the… pic.twitter.com/bZpHMRX5kj
ପ୍ରଧାନମନ୍ତ୍ରୀଙ୍କ ଇଥିଓପିଆ ଯାତ୍ରା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ମୁତାବିକ , ଏହି ଯାତ୍ରା ଗ୍ଲୋବାଲ ସାଉଥ୍ରେ ଅଂଶୀଦାର ଭାବେ ଭାରତ ଓ ଇଥିଓପିଆ ମଧ୍ୟରେ ଗଭୀର ବନ୍ଧୁତା ଓ ଦ୍ୱିପାକ୍ଷୀୟ ସହଯୋଗକୁ ବୃଦ୍ଧି କରାଇବାରେ ଦୁଇ ଦେଶର ପ୍ରତିବଦ୍ଧତା ସ୍ପଷ୍ଟ ହେବ। ଉଲ୍ଲେଖନୀୟ ଯେ, ମୋଦି ଇଥିଓପିଆର ଦୁଇ ଦିବସୀୟ ଯାତ୍ରା ବେଳେ ପ୍ରବାସୀ ଭାରତୀୟ ଗୋଷ୍ଠୀଙ୍କ ସଦସ୍ୟଙ୍କୁ ମଧ୍ୟ ସାକ୍ଷାତ୍ କରିବେ।