ନୂଆଦିଲ୍ଲୀ – ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକୀୟ ଫୋର୍ସେସ୍ ଆକ୍ରମଣ କରି ଧରି ନେଇଛନ୍ତି। ତାଙ୍କ ସହ ପତ୍ନୀଙ୍କୁ ମଧ୍ୟ ଆମେରିକା ନିଆଯାଇଛି, ଯେଉଁଠି ଦୁହିଁଙ୍କ ବିରୋଧରେ ମୋକଦମା ଚାଲିବ। ଆମେରିକା ନାର୍କୋ ଟେରରିଜମର ଅଭିଯୋଗ କରି ଏହି କାର୍ଯ୍ୟାନୁଷ୍ଠାନ କରିଛି। ଏହି ମଧ୍ୟରେ ଆମେରିକା ପକ୍ଷରୁ Don-roe ଡାକ୍ଟ୍ରିନ ଉପରେ କାମ କରିବାର ଆଲୋଚନା ମଧ୍ୟ ଦ୍ରୁତତର ହୋଇଛି। କୁହାଯାଉଛି ଯେ, ଏଠାରେ ୧୯ ତମ ଶତାବ୍ଦୀ ମୁନରୋ ଡକ୍ଟ୍ରିନ୍ର ରୂପାନ୍ତରଣ , ଯାହା ଉପରେ ଡୋନାଲ୍ଡ ଟ୍ରମ୍ପ ୨୧ତମ ଶତାବ୍ଦୀରେ କାମ କରିବାକୁ ପ୍ରୟାସ କରୁଥିଲେ। ମୁନରୋ ଡକ୍ଟ୍ରିନ ଅନୁସାରେ ଏହା କୁହାଯାଉ ଥିଲା ଯେ, ଆମେରିକା ଲ୍ୟାଟିନ୍ ଆମେରିକା ଦେଶ ଗୁଡ଼ିକୁ ନିଜ ପ୍ରଭାବକୁ ନେବାକୁ ଚାହୁଁଛି।
ଏହାସହ ମଧ୍ୟ ପଢନ୍ତୁ : ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ଛାଡ଼ିବାର ପ୍ରସ୍ତୁତିରେ ଖାମେନେଇ ? ରିପୋର୍ଟରେ ଦାବି
ଏମିତି ଲାଗୁଛି ଯେ, ଏବେ ପୁଣି ଥରେ ତା ଉପରେ ଆମେରିକା ସରକାର କାମ କରିବା ଆରମ୍ଭ କରି ଦେଇଛି। ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ପରେ ଏବେ କ୍ୟୁବା ଓ କଲମ୍ୱିଆକୁ ମଧ୍ୟ ଧମକ ଦେଇ ଏହି ସଙ୍କେତ ଦେଇଛି। ଉଲ୍ଲେଖନୀୟ ଯେ, ଆମେରିକାର ଦୀର୍ଘ ଦିନରୁ ଏହି ଇଚ୍ଛା ରହିଛି ଯେ, କ୍ୟୁବା , ଭେନେଜୁଏଲା, କୋଲମ୍ୱିଆ ଭଳି ଲାଟିନ୍ ଆମେରିକୀୟ ଦେଶ ଏହାର ଆଦେଶ ଉପରେ ଚାଲନ୍ତୁ। କ୍ୟୁବା ଓ ଭେନେଜୁଏଲା ସହ ତ ଆମେରିକାର ଦୀର୍ଘ ଦିନରୁ ସଂଘର୍ଷ ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ କେବେ ବି ଏହି କଥାକୁ ଲୁଚାଇବାକୁ ମଧ୍ୟ ପ୍ରୟାସ କରି ନାହାନ୍ତି ଯେ, ସେ ଚାହାନ୍ତି କି ଲାଟିନ୍ ଆମେରିକା ମଧ୍ୟ ୟୁଏସର ପରିସରରେ ଅଛି।
ଅଲଜଜିରା ପାଇଁ କାମ କରୁଥିବା ସାମ୍ୱାଦିକ ଜନ ହାଲମ୍ୟାନଙ୍କ କହିବାନୁସାରେ ସ ଏହା ଏକ ପାଟର୍ନ , ଯାହା ଅନୁସାରେ ଡୋନାଲ୍ଡ ଟ୍ରମ୍ପ ସେହି ଦେଶ ଗୁଡ଼ିକୁ ଟାର୍ଗେଟ୍ କରିବାକୁ ଚାହାନ୍ତି ,ଯିଏ ବାମପନ୍ଥୀ ବିଚାରାଧାରାର । ଏହା ବ୍ୟତୀତ ତାଙ୍କ ଚେଷ୍ଟା ଯେ, ସଂପୃକ୍ତ ଅଞ୍ଚଳରେ ଆମେରିକୀୟ ପ୍ରଭୁତ୍ୱକୁ ବୃଦ୍ଧି କରାଯାଉ। ହାଲମ୍ୟାନ କୁହନ୍ତି , ଡୋନାଲ୍ଡ ଡ୍ରମ୍ପଙ୍କ ମତ ଯେ, ଲାଟିନ୍ ଆମେରିକା ଆମର ହିଁ ଅଞ୍ଚଳ। ଏଠାରେ ଆମର ପ୍ରଭୁତ୍ୱ ରହିବା ଉଚିତ୍। ଏଥିପାଇଁ ନିକୋଲସ ମାଦୁରୋଙ୍କୁ ଅପହରଣ କରିବା ଓ ଅନ୍ୟ ଦେଶ ଗୁଡ଼ିକୁ ମଧ୍ୟ ଧମକ ଦିଆଯିବା କଥାକୁ ଗମ୍ଭୀରତା ସହ ନିଆ ଯିବାର ଆବଶ୍ୟକ ରହିଛି। ଏମିତି କି ନିଜେ ଡୋନାଲ୍ଡ ଟ୍ରମ୍ପ କହି ସାରିଛନ୍ତି ଯେ, Don-roe ଡକ୍ଟ୍ରିନ ଅଛି।
କହି ରଖୁଛୁ କି ,ଟ୍ରମ୍ପ ଭେନେଜୁଏଲାରେ ଆକ୍ସନ ପରେ କୋଲମ୍ୱିଆ ଓ କ୍ୟୁବାକୁ ମଧ୍ୟ ଧମକ ଦେଇଛନ୍ତି। ତାଙ୍କର କହିବା ହେଲା ଯେ, କୋଲମ୍ୱିଆର ରାଷ୍ଟ୍ରପତି କୋକିନ ବ୍ୟବସାୟ କରୁଛନ୍ତି ଏବଂ ଏହି ମାଦକ ପଦାର୍ଥକୁ ପ୍ରସ୍ତୁତ କରି ଆମେରିକା ପଠାଉଛନ୍ତି। ଏହିପରି ସେ କୋଲମ୍ୱିଆ ଓ କ୍ୟୁବାକୁ ମଧ୍ୟ ଧମକ ଦେଇଛନ୍ତି ଯେ, ତାଙ୍କ ବିରୋଧରେ ମଧ୍ୟ ଭେନେଜୁଏଲା ଭଳି ଆକ୍ସନ ହୋଇପାରେ।