- ଇରାନରେ ଉଗ୍ରରୂପ ନେଉଛି ବିକ୍ଷୋଭ
- ଆର୍ଥିକ ସଙ୍କଟ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ
- ଦେଶରୁ ଫେରାର ହୋଇ ପାରନ୍ତି ଖାମେନେଇ
ନୂଆଦିଲ୍ଲୀ : ଇରାନରେ ବିରୋଧ ପ୍ରଦର୍ଶନର ନିଆଁ ଉଗ୍ର ରୂପେ ନେବା ଓ ଅନେକ ବିରୋଧ ପ୍ରଦର୍ଶନକାରୀଙ୍କ ମୃତ୍ୟୁରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପର ଧମକ ପରେ , ଏବେ ଏକ ରିପୋର୍ଟରେ ବଡ଼ ଦାବି କରାଯାଇଛି। ଦ ଟାଇମ୍ସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଆର୍ଥିକ ସଙ୍କଟ ବିରୋଧରେ ଇରାନରେ ବଡ଼ ସ୍ତରରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ , ଇରାନର ଅୟାତୁଲ୍ଲା ଅଲୀ ଖାମେନେଇ ଦେଶରୁ ଫେରାର ହେବାକୁ ଯୋଜନା କରୁଛନ୍ତି। ରିପୋର୍ଟ ମୁତାବିକ , ଖାମେନେଇଙ୍କ ନିକଟରେ ଏହାକୁ ନେଇ ଏକ ବ୍ୟାକ୍ –ଅପ୍ ପ୍ଲାନ୍ ଅଛି।
ଏହାସହ ମଧ୍ୟ ପଢନ୍ତୁ : ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ମୁକ୍ତ କର : ଆମେରିକାକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୀନ୍
ରିପୋର୍ଟରେ ଏକ ଇଣ୍ଟେଲିଜେନ୍ସ ରିପୋର୍ଟକୁ ଉଲ୍ଲେଖ କରି କୁହାଯାଇଛି ଯେ, ଖାମେନେଇ ନିଜର ୨୦ଜଣ ନିକଟତର ସହଯୋଗୀ ଓ ପରିବାର ସହ ଇରାନରୁ ଫେରାର ହେବାର ଯୋଜନା କରୁଛନ୍ତି। ଦାବି କରାଯାଇଛି ଯେ , ଖାମେନେଇ ସିରିଆର ବଶର ଅଲ-ଅସଦଙ୍କ ପରି ରୁଷରେ ଶରଣ ନେଇ ପାରନ୍ତି। ଏହି କାରଣରୁ ଏହା କୁହାଯାଇଛି ଯେ ,ଖାମେନେଇଙ୍କୁ ମସ୍କୋ ପଳାୟନ କରିବାକୁ ହେବ, କାରଣ ତାଙ୍କ ପାଇଁ କୌଣସି ଦ୍ୱିତୀୟ ସ୍ଥାନ ନାହିଁ।
ଏହାସହ ମଧ୍ୟ ପଢନ୍ତୁ : ମାଦୁରୋଙ୍କୁ ଗିରଫ କରି ଡୋନାଲ୍ଡ ଟ୍ରମ୍ପ ଭାଙ୍ଗି ଦେଲେ ନିୟମ ? କଣ କହୁଛି ଅନ୍ତର୍ଜାତୀୟ ଆଇନ
ଏହା ପୂର୍ବରୁ ଇରାନର ବୁଡ଼ି ଯାଉଥିବା ଅର୍ଥବ୍ୟବସ୍ଥାର କାରଣରୁ ସୃଷ୍ଟି ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସାକାଣ୍ଡରେ ଅତି କମରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ରିପୋର୍ଟ ମୁତାବିକ, ଇରାନର ୩୧ଟି ପ୍ରଦେଶ ମଧ୍ୟରୁ ୨୫ଟି ପ୍ରଦେଶରେ ୧୭୦ରୁ ଅଧିକ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି। ସେ କହିଛନ୍ତି ଯେ, ମୃତକଙ୍କ ସଂଖ୍ୟା ଅତି କମରେ ୧୫ ହୋଇ ଯାଇଛି ଏବଂ ୫୮୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ବିରୋଧ ପ୍ରଦର୍ଶନକୁ ନେଇ କହିଛନ୍ତି , ଦଙ୍ଗକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସା ସମ୍ୱନ୍ଧରେ ୮୬ ବର୍ଷିୟ ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ଏହା ପ୍ରଥମ ଟିପ୍ପଣୀ।