ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଇରାନର ପରବର୍ତ୍ତୀ ସୁପ୍ରିମ ଲିଡରର ଚୟନରେ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ପୁଅ ପରବର୍ତ୍ତୀ ସୁପ୍ରିମ ଲିଡର ପଦ ପାଇଁ ମୋର ଗ୍ରହଣୀୟ ନୁହେଁ। ଇରାନର ପରବର୍ତ୍ତୀ ଲିଡର ବାଛିବା ପାଇଁ ମୋତେ ସାମିଲ ହେବାକୁ ପଡ଼ିବ।
ଏକ୍ସିୟୋସ୍କୁ ଏକ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଥିଲେ – ମୁଁ ଖାମେନିଙ୍କ ପୁଅକୁ ଅନୁମୋଦନ କରିବି ନାହିଁ। ଆମେ ଏମିତି କିଛି ଚାହୁଁଛୁ , ଯିଏ ଇରାନରେ ଶାନ୍ତି ଓ ଏକତା ଆଣିବ। ଟ୍ରମ୍ପ କହିଛନ୍ତି , ମୋତେ ଆପଏଣ୍ଟମେଣ୍ଟରେ ସାମିଲ ହେବାକୁ ପଡ଼ିବ, ଯେମିତି ଭେନେଜୁଏଲାରେ ଡେଲସି (ରୋଡ୍ରିଗେଜ)ଙ୍କ ସହ ହୋଇଥିଲା।
ଆହୁରି ମଧ୍ୟ ପଢନ୍ତୁ : ରାଡାରରୁ ଗାଏବ ବାୟୁସେନାର Su-30MKI ଫାଇଟର ଜେଟ୍ , ସର୍ଚ୍ଚ ଅପରେସନ ଆରମ୍ଭ
ଇରାନର ପୂର୍ବତନ ସୁପ୍ରିମ ଲିଡରଙ୍କ ପୁଅ ମୋହତବା ଖାମେନି , ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ରକ୍ଷା ପାଇ ଯାଇଛନ୍ତି, ଏଥିରେ ତାଙ୍କ ପିତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ହୋଇଛି। ଇରାନର ଏଲିଟ୍ ରିଭୋଲ୍ୟୁସନାରୀ ଗାର୍ଡ୍ସ ସହ ନିବିଡ଼ ସଂପର୍କ ରଖିଥିବା ମୋଜତବା ଇରାନୀ ମୌଲବୀ ସଙ୍ଗଠନରେ ସବୁଠୁ ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ଜଣେ ଏବଂ ତାଙ୍କୁ ତାଙ୍କର ପିତାଙ୍କ ସମ୍ଭାବିତ ଉତ୍ତରାଧିକୀ ଭାବେ ଦେଖାଯାଉଛି।
ଉଲ୍ଲେଖନୀୟ ଯେ,ଆମେରିକା-ଇସ୍ରାଏଲର ହମଲାରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ପରେ , ଇରାନୀ ନେତା ନୂଆ ନେତୃତ୍ୱ ଚୟନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଖାମେନି ୩୭ ବର୍ଷ ଯାଏ ଇରାନ ଉପରେ ଶାସନ କରିଥିଲେ। ଇରାନରେ ୧୯୭୯ର ଇସଲାମୀ ବିପ୍ଲବ ପରେ ଏହା ଦ୍ୱିତୀୟ ସୁଯୋଗ , ଯାହାକି ଜଣେ ନୂଆ ସର୍ବୋଚ୍ଚ ନେତାଙ୍କୁ ଚୟନ କରାଯାଉଛି। ସମ୍ଭାବିତ ପ୍ରାର୍ଥୀଙ୍କ ମଧ୍ୟରେ ପାଶ୍ଚାତ୍ୟ ଦେଶ ଗୁଡ଼ିକ ସହ ମୁକାବିଲା ପାଇଁ ପ୍ରତିବଦ୍ଧ କଠୋରପନ୍ଥୀ ନେତାଙ୍କ ଠାରୁ ଆରମ୍ଭ କରି କୂଟନୈତିକ ସମ୍ପର୍କ ଖୋଜୁ ଥିବା ସଂସ୍କାରବାଦୀ ନେତା ମଧ୍ୟ ସାମିଲ ଅଛନ୍ତି।
ଅୟାତୁଲ୍ଲା ଖାମେନିଙ୍କ ପୁଅ ଏବଂ ସିୟା ଧର୍ମଗୁରୁ ମୋଜତବାଙ୍କୁ ବ୍ୟାପକ ଭାବେ ସମ୍ଭାବିତ ଉତ୍ତରାଧିକାରୀ ମନେକରାଯାଏ। ତାଙ୍କର ଇରାନର ଅର୍ଦ୍ଧସୈନିକ ରିଭଲ୍ୟୁସନାରୀ ଗାର୍ଡ ସହ ଦୃଢ ସମ୍ୱନ୍ଧ ରହିଛି, କିନ୍ତୁ ସେ କେବେ କୌଣସି ପଦ ଗ୍ରହଣ କରି ନାହାନ୍ତି। ହେଲେ ଇସଲାମୀ ଗଣରାଜ୍ୟ ଦୀର୍ଘ ଦିନରୁ ବଂଶାନୁକ୍ରମିକ ଶାସନକୁ ସମାଲୋଚନା କରି ଆସିଛି।
ଯୁଦ୍ଧ , ଶାନ୍ତି ଓ ବିବାଦିତ ପରମାଣୁ କାର୍ଯ୍ୟକ୍ରମ ସହ ସବୁ ପ୍ରମୁଖ ପ୍ରସଙ୍ଗରେ ସର୍ବୋଚ୍ଚ ନେତା ହିଁ ଅନ୍ତିମ ନିଷ୍ପତ୍ତି ନିଅନ୍ତି। ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଘଚୀ ରବିବାର କହିଛନ୍ତି ଯେ , ଏହି ସପ୍ତାହର ଆରମ୍ଭରେ ନୂଆ ସର୍ବୋଚ୍ଚ ନେତାଙ୍କ ଚୟନ କରାଯିବ। ସର୍ବୋଚ୍ଚ ନେତାଙ୍କ ନିଯୁକ୍ତ ୮୮ ସଦସ୍ୟ ବିଶିଷ୍ଟ ବିଶେଷଜ୍ଞଙ୍କ ପ୍ୟାନେଲ୍ ଦ୍ୱାରା କରାଯାଏ, ଯାହାକୁ ଆଇନଗତ ଅନୁଯାୟୀ ଶୀଘ୍ର ହିଁ ଉତ୍ତରାଧିକାରୀ ନାମ ଘୋଷିତ କରିବାକୁ ହୁ ।