ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଲଢୁଆ ବିମାନ Su-30MKI ଆସାମରେ , ରାଡାରରୁ ଗାଏବ ହୋଇ ଯାଇଛି। ବାୟୁସେନାର ଅଧିକାରୀମାନେ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ଆରମ୍ଭ ହୋଇ ଯାଇଛି। ଉକ୍ତ ମାମଲାରେ ଅଧିକ ସୂଚନା ଦେଇ ଭାରତୀୟ ବାୟୁସେନା ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛି। ଏଛିରେ କୁହାଯାଇଛି , ବାୟୁସେନାର ଏକ Su-30MKI ବିମାନ ନିଖୋଜ ହୋଇଥିବା କୁହାଯାଉଛି। ବିମାନ ଆସାମର ଜୋରହାଟରୁ ଉଡ଼ାଣ ଭରିଥିଲା ଏବଂ ଶେଷ ଥର ପାଇଁ ସନ୍ଧ୍ୟା ୭ଟା ୪୨ରେ ସଂପର୍କ ହୋଇଥିଲା। ଅଧିକ ସୂଚନା ସଂଗ୍ରହ ଜାରି ରହିଛି। ତଲାସୀ ଓ ଉଦ୍ଧାର ଅଭିଯାନ ଆରମ୍ଭ କରି ଦିଆ ଯାଇଛି।
An IAF Su-30 MKI is reported overdue. The aircraft had taken off from Jorhat, Assam and was last in contact at 7.42 pm.
— Indian Air Force (@IAF_MCC) March 5, 2026
Further details are being ascertained. Search and Rescue mission has been initiated.@DefenceMinIndia@SpokespersonMoD@HQ_IDS_India@adgpi@Indiannavy
ସୁଖୋଇ-୩୦ ଏମକେଆଇ (Su-30MKI) ଭାରତୀୟ ବାୟୁସେନାର ସବୁଠୁ ଶକ୍ତିଶାଳୀ ଓ ଭରସାଯୋଗ୍ୟ ମଲ୍ଟି ରୋଲ ଫାଇଟର ଜେଟ୍। ଏହା ରୁଷ୍ର ସୁଖୋଇ ଡିଜାଇନ ବ୍ୟୁରୋ ଦ୍ୱାରା ବିକଶିତ କରାଯାଇଛି। ଭାରତୀୟ ବାୟୁସେନା ଏହି ଫାଇଟର ଜେଟ୍ର ବିଶେଷ ରୂପେ କଷ୍ଟମାଇଜ୍ ସଂସ୍କରଣ ବ୍ୟବହାର କରେ,ଯେଉଁଥିରେ ଏମକେଆଇ(MKI)ର ଅର୍ଥ ମଡର୍ନାଇଜଡ୍ , କମର୍ସିଆଲ ଓ ଇଣ୍ଡିଆନ । ଏହି ବିମାନଟି ଆକାଶରୁ ଆକାଶ, ଆକାଶରୁ ଭୂମି ଏବଂ ସାମୁଦ୍ରିକ ଲକ୍ଷ୍ୟଭେଦ କରିବାରେ ସକ୍ଷମ।
ଏହାର ସବୁଠୁ ବଡ଼ ବିଶେଷତ୍ୱ ଏହାର ସୁପରମ୍ୟାନ୍ୟୁଭରବିଲିଟି, ଦୀର୍ଘ ଆକ୍ରମଣ କ୍ଷମତା ଓ ଦୁଇଟି ଇଞ୍ଜିନ ଯୁକ୍ତି ଶକ୍ତିଶାଳୀ ଡିଜାଇନ। ସୁଖୋଇ -୩୦ ଏମକେଆଇ ବ୍ରହ୍ମୋସ ଭଳି ସୁପରସୋନିକ କ୍ରୁଜ୍ ମିସାଇଲ ନେଇ ଯିବାରେ ମଧ୍ୟ ସକ୍ଷମ, ଯେଉଁଥିରେ ଏହାର ଷ୍ଟ୍ରାଇକ୍ କ୍ୟାପାସିଟି ଅନେକ ଗୁଣ ବଢି ଯାଏ। ଏଥିରେ ଆଧୁନିକ ଆଭିୟୋନିକ୍ସ , ମଲ୍ଟି –ଫକ୍ସନ ରାଡାର , ଥ୍ରଷ୍ଟ ଭେକ୍ଟର କଣ୍ଟ୍ରୋଲ ଓ ଦୀର୍ଘ ଦୂର ଯାଏ ଉଡ଼ାଣର କ୍ଷମତା ଅଛି। ଏହି ଲଢୁଆ ବିମାନ ଭାରତୀୟ ବାୟୁସେନାର ମେରୁଦଣ୍ଡ କୁହାଯାଏ ଏବଂ ଦେଶର ଆକାଶ ସୁରକ୍ଷା ଓ ସାମରିକ ଶକ୍ତିରେ ଏହାର ଭୂମିକା ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।