PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ: ଡୋନାଲ୍ଡ୍ ଟ୍ରମ୍ପ୍

ଓ୍ଵାସିଂଟନ୍‌,୨୩।୨: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ଉଭୟ ପକ୍ଷ ସହ ତାଙ୍କ ପ୍ରଶାସନ ଯୋଗସୂତ୍ର ରକ୍ଷା କରୁଛି। ତାଙ୍କର ଆଶା ଖୁବ୍‌ ଶୀଘ୍ର କଶ୍ମୀର ଉପତ୍ୟକାରେ ତିକ୍ତତାର ଅନ୍ତ ଘଟିବ।

ଓଭାଲ୍‌ ଅଫିସ୍‌ରେ ଟ୍ରମ୍ପ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ସମ୍ପ୍ରତି ପାକିସ୍ତାନ ଓ ଭାରତ ମଧ୍ୟରେ ପରିସ୍ଥିତି ଭାରି ଖରାପ। ବିପଜ୍ଜନକ ପରିସ୍ଥିତି। ତିକ୍ତତାର ଅନ୍ତ ହେଉ ବୋଲି ଆମେ ଆଶା କରୁଛୁ। ଏବେ ଗୁଡ଼ାଏ ଲୋକ ମରିଛନ୍ତି। ଆମେ ଏହାକୁ ବନ୍ଦ କରାଇବାକୁ ଚାହୁଁ। ସେ କ୍ଷେତ୍ରରେ ଆମର ସମ୍ପୃକ୍ତି ଆରମ୍ଭ ହୋଇଛି।

ଗତ ସପ୍ତାହରେ ପୁଲ୍‌ଓ୍ଵାମା ଠାରେ ଜୈଶ-ଏ-ଅହମଦ୍‌ ସଙ୍ଗଠନ ଭାରତୀୟ ଯବାନମାନଙ୍କ ଉପରେ କରିଥିବା ଆକ୍ରମଣ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଏ କଥା କହିଛନ୍ତି।

ଉଭୟ ଦେଶର କର୍ତ୍ତୃପକ୍ଷଙ୍କ ସହ ତାଙ୍କ ପ୍ରଶାସନ ଆଲୋଚନା ଚଳାଇଥିବା କହି ସେ ଆହୁରି କହିଛନ୍ତି: ଭାରତ କଠୋର ପଦକ୍ଷେପ ନେବାକୁ ଚାହୁଁଛି। ଏଇ ଆକ୍ରମଣରେ ଭାରତ ପ୍ରାୟ ୫୦ ଲୋକଙ୍କୁ ହରାଇଛି ମାତ୍ର। ମୁଁ ତାହା ହୃଦୟଙ୍ଗମ କରିପାରୁଛି।

ଏ ସପ୍ତାହ ଆରମ୍ଭରେ ଟ୍ରମ୍ପ୍‌ ଏହି ଆତଙ୍କବାଦୀ ଆକ୍ରମଣକୁ ଗୋଟାଏ ଭୟାବହ ପରିସ୍ଥିତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର