ନୂଆଦିଲ୍ଲୀ,୩।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବିଦେଶୀ ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ଏକ ବଡ଼ ଓ ବ୍ୟାପକ କଟକଣା ଲଗାଇବାର ପ୍ରସ୍ତୁତି କରାଯାଉଛି। ଏହି ନୂଆ ଟ୍ରାଭେଲ ବ୍ୟାନ୍ ଅନୁସାରେ ଦୁଇ ଡର୍ଜନରୁ ଅଧିକ ଦେଶର ନାଗରିକଙ୍କୁ ଆମେରିକାରେ ଏଣ୍ଟ୍ରିଠାରୁ ରୋକାଯାଇପାରେ। ଏହି ପଦକ୍ଷେପ ଓ୍ବାଶିଂଟନ୍ ଡିସିରେ ନ୍ୟାସନାଲ ଗାର୍ଡର ସଦସ୍ୟ ଉପରେ ଆକ୍ରମଣ ପରେ ଟ୍ରମ୍ପ ପ୍ରଶାସନର କଡା ଆଭିମୁଖ୍ୟକୁ ଦର୍ଶାଉଛି। ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି। ଖୁବ୍ ଶୀଘ୍ର କଟକଣା ଲାଗୁ ହୋଇଥିବା ଦେଶର ଅଧିକାରିକ ସୂଚୀ ଜାରି ହେବାର ସମ୍ଭାବନା ରହିଛି।
ଟ୍ରମ୍ପ ପ୍ରଶାସନର ଏକ ବଡ଼ ଟ୍ରାଭେଲ ବ୍ୟାନ୍ ସୂଚୀକୁ ଅନ୍ତିମ ରୂପ ଦେବାରେ ଲାଗିଛି। ଯାହାର ସିଧା ପ୍ରଭାବ ୩୦ରୁ ଅଧିକ ଦିଗ ଉପରେ ପଡିବ। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଶାସନ ଅତି କମ୍ରେ ୩୦ ଦେଶର ନାଗରିକଙ୍କୁ ନିଜର ଅପଡେଟେଡ୍ ଟ୍ରାଭେଲ ବ୍ୟାନ୍ କରିବା ଲିଷ୍ଟରେ ସାମିଲ କରିବାର ଯୋଜନା କରୁଛି। ସୁତ୍ରର କହିବା ଅନୁସାରେ, ଏହି ସଂଖ୍ୟା ଭବିଷ୍ୟତରେ ବଢିପାରେ। ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ ଆମେରିକା ନିଜର ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଖୁବ୍ ଶକ୍ତ ରହିଛି।
ପ୍ରଶାସନିକ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏହି ଟ୍ରାଭେଲ ବ୍ୟାନ୍ ଉପରେ ଆଲୋଚନ ଶେଷ ପର୍ଯ୍ୟାୟରେ ରହିଛି। ଆଶା କରାଯାଉଛି ଯେ, ଖୁବ୍ ଶୀଘ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ ଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା କରିବେ । ଗୃହ ସୁରକ୍ଷା ବିଭାଗର (DHS) ମୁଖପାତ୍ର ମଧ୍ୟ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ଏକ ନୂଆ ଓ ବିସ୍ତୃତ ତାଲିକା ଖୁବ୍ ଶୀଘ୍ର ପ୍ରକାଶିତ ହେବ।