ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଭିଏତନାମରେ ହେବ ଟ୍ରମ୍ପ-କିମ୍‌ ସାକ୍ଷାତ

ୱାଶିଂଟନ୍‌, ୬ ।୨(ଏଜେନ୍ସି): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ ଆସନ୍ତା ୨୭-୨୮ ତାରିଖରେ ଭିଏତନାମରେ ପରସ୍ପରକୁ ସାକ୍ଷାତ କରିବେ । କଂଗ୍ରେସରେ ଷ୍ଟେଟ୍‌ ଅଫ୍‌ ଦ ୟୁନିଅନ୍‌ ଭାଷଣରେ ଟ୍ରମ୍ପ ଏହା ଘୋଷଣା କରିଛନ୍ତି । ଅବଶ୍ୟ ଭିଏତନାମରେ କେଉଁଠାରେ ଉଭୟଙ୍କ ମଧ୍ୟରେ ବୈଠକ ହେବ ତାହା ସ୍ପଷ୍ଟ କରାଯାଇନାହିଁ । ଏଥିପାଇଁ ଭିଏତନାମର ରାଜଧାନୀ ହନୋଇ ଏବଂ ଦା ନାଙ୍ଗ ସହର ସଂପର୍କରେ ଚର୍ଚ୍ଚା କରାଯାଉଛି ।
ଏହି ସଂପର୍କରେ ଟ୍ରମ୍ପ କହିଛନ୍ତି ଯେ, ଯଦି ସେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇନଥାନ୍ତେ ତା’ ହେଲେ ହୁଏତ ଏବେ ସେମାନେ ଉତ୍ତର କୋରିଆ ସହିତ ଯୁଦ୍ଧ କରୁଥାନ୍ତେ । ସେହିପରି କିମ୍‌ଙ୍କ ସହିତ ତାଙ୍କର ପ୍ରଥମ ବୈଠକ ପରଠାରୁ ଦୁଇ ଦେଶର ପଣବନ୍ଦୀମାନେ ଘରକୁ ଫେରିଆସିଛନ୍ତି । ଆଣବିକ ପରୀକ୍ଷଣ ବନ୍ଦ ହୋଇଯାଇଛି ଏବଂ ୧୫ ମାସରୁ ଅଧିକ ସମୟ ହେଲା କୌଣସି ମିସାଇଲ ପରୀକ୍ଷଣ ହୋଇନାହିଁ । ତଥାପି ମଧ୍ୟ ଉତ୍ତର କୋରିଆ ପ୍ରସଙ୍ଗରେ ଏବେ ବି ବହୁତ କାମ କରିବାକୁ ରହିଛି । ଅବଶ୍ୟ କିମ୍‌ଙ୍କ ସହିତ ତାଙ୍କର ସଂପର୍କ ଭଲ ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି ।
ସୂଚନାଥାଉକି, ଏହି ଦୁଇ ନେତା ପରସ୍ପରକୁ ଗତବର୍ଷ ଜୁନ୍‌ ୧୨ ତାରିଖରେ ସିଙ୍ଗାପୁରରେ ପ୍ରଥମ ଥର ପାଇଁ ଭେଟିଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରେ ୯୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.