PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ତାଳଚେରର ଡକ୍ଟର ତୃପ୍ତିମୟୀ ପ୍ରଧାନ ପାଇଲେ ଓଏଏସ୍‌

ତାଳଚେର ୭ା୧୦(ଆପ୍ର): ତାଳଚେରର ଡାକ୍ତର ତୃପ୍ତିମୟୀ ପ୍ରଧାନ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମଥରରେ ସେ
ଏହି ସଫଳତା ପାଇବା ସହ ୪୪ ତମ ସ୍ଥାନରେ ରହିଛନ୍ତି । ତୃପ୍ତିମୟୀ ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ହାଣ୍ଡିଧୂଆ ଅଞ୍ଚଳର ଏମ୍‌ସିଏଲ୍‌
କର୍ମଚାରୀ ସୁମତୀ ପ୍ରଧାନ ଓ ସ୍ୱର୍ଗତ ଅଚଳ ପ୍ରଧାନଙ୍କ ଏକମାତ୍ର କନ୍ୟା ଅଟନ୍ତି । ତାଳଚେର ବ୍ଲକ୍‌ ଅନ୍ତର୍ଗତ କଳମଛୁଇଁ ଶିଶୁ ମନ୍ଦିରରେ ଦ୍ୱିତୀୟ ଶ୍ରେଣୀ
ପରେ ଏମ୍‌ସିଏଲ୍‌ର ଅନନ୍ତ ବିହାର ଡିଏଭି ସ୍କୁଲରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଏବଂ ଏଫ୍‌ସିଆଇ ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ
ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିଲେ । ଏହା ପରେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଡିଏସ୍‌ରେ ନାମ ଲେଖାଇବା ସହ ସେଠାରୁ
ଦନ୍ତ ଚିକିତ୍ସାରେ ୨୦୨୦ ମସିହାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ନିଜକୁ ପରୀକ୍ଷା ପାଇଁ ୬
ଘଣ୍ଟା ପାଠ ପଢ଼ିବା ସହ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଥିଲେ । ବିନା କୋଚିଂରେ ପ୍ରଥମ ଥର ପରୀକ୍ଷାରେ ତାଳଚେରରେ ରହି ସେ ଏହି ସଫଳତା ହାସଲ
କରିଛନ୍ତି ବୋଲି ଡକ୍ଟର ତୃପ୍ତିମୟୀ ପ୍ରକାଶ କରିଛନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରଖି ପରିଶ୍ରମ କଲେ ଜଣେ ନିଶ୍ଚିତ ସଫଳତା ହାସଲ କରିପାରିବ ବୋଲି
କହିବା ସଙ୍ଗେ ସଙ୍ଗେ ଏଥିରେ ଜନସାଧାରଣଙ୍କର ସେ ସେବା କରିପାରିବେ ବୋଲି ପ୍ରତିକ୍ରିୟାରେ ‘ପ୍ରମେୟ’କୁ କହିଛନ୍ତି । ତାଙ୍କର ଏହି ସଫଳତା ନେଇ
ତାଳଚେର ଅଞ୍ଚଳରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।