ଛୋଟ ଶିଶୁର ମାଟି ଖାଇବାର ଅଭ୍ୟାସ ରହିଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ, ଖୁବ୍ ଶୀଘ୍ର ଛାଡ଼ିବ ଏହି ମନ୍ଦ ଗୁଣ

pic- internet
ଅନେକ ଶିଶୁ ଅଛନ୍ତି ଯେଉଁମାନେ ମାଟି ଖାଇଥାନ୍ତି। ଆଉ ଏଥିପାଇଁ ମା’ମାନେ ମଧ୍ୟ ବିରକ୍ତ ହୁଅନ୍ତି। ଏମିତିକି ନିଜ ପିଲାର ଏଭଳି ଅଭ୍ୟାସ ଛଡ଼ାଇବା ପାଇଁ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। ହେଲେ ଏହାର କିଛି ଫଳ ମିଳିନଥାଏ। ଛୋଟ ଶିଶୁ ଏହାକୁ ଖାଇବା ଦ୍ୱାରା ଅନେକ ପେଟ ସମସ୍ୟା ଦେଖାଯାଇଥାଏ। ଯେମିତିକି ପେଟ ବ୍ୟଥା, ପେଟରେ ଘା ଏବଂ ଇନଫେକ୍ସନ ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ଆପଣ ଯିଦି କିଛି ଘରୋଇ ଉପାୟ ଆପଣାଇବେ ତେବେ ଶିଶୁର ଏହି ଅଭ୍ୟାସ ଛଡ଼ାଇପାରିବେ। ଆସନ୍ତୁ ଜାଣିବା ଏହା ପାଇଁ କଣ ରହିଛି ଘରୋଇ ଉପାୟ।
ଲବଙ୍ଗ ପାଣି
ଆପଣଙ୍କ ଶିଶୁର ମାଟି ଖାଇବାର ଅଭ୍ୟାସ ଏହି ପାଣି ଛଡ଼ାଇ ଦେଇପାରେ। ୪ ରୁ ୬ ଟି ଲବଙ୍ଗ ଗରମ ପାଣିରେ ପକାଇବା ପରେ ଏହାକୁ ଟିକିଏ ସମୟ ଥଣ୍ଡା କରନ୍ତୁ। ଏହାପରେ ଆପଣଙ୍କ ଶିଶୁକୁ ପିଇଆନ୍ତୁ। ଏଭଳି ସବୁଦିନ କରିବା ଦ୍ୱାରା ଏହି ଅଭ୍ୟାସ ଛାଡ଼ିଯିବ।
କଦଳୀ ଖୁଆନ୍ତୁ
କଦଳୀରେ ଅଧିକ ପୋଷକ ତତ୍ତ୍ୱ ଭରିହୋଇ ରହିଛି। ଏଥିରେ କ୍ୟାଲସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ପ୍ରୋଟିନ୍ ରହିଛି। ତେଣୁ ଏହାକୁ ଖାଇବାକୁ ଦେବା ଦ୍ୱାରା ମଧ୍ୟ ମାଟି ଖାଇବାର ଅଭ୍ୟାସ ଛାଡ଼ିଯିବ।
ଡାଏଟ ଚାର୍ଟ
ଆପଣଙ୍କ ଶିଶୁର ଏହି ଅଭ୍ୟାସ ଛଡ଼ାଇବା ପାଇଁ ଡାଏଟିସିଆନ୍ଙ୍କ ପରାମର୍ଶ କ୍ରମେ ଆପଣଙ୍କ ପିଲାର ଡାଏଟ ପ୍ଲାନ କରିବାକୁ ପଡ଼ିବ। ଏହାଦ୍ୱାରା ଶୀଘ୍ର ଫାଇଦା ମିଳିପାରିବ।