PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡ଼ା : କୋଟଗଡ଼ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ବନବିଭାଗ
  • ||
  • ବରଗଡ଼ : ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ
  • ||
  • ଧର୍ମଗଡ଼ : ଭବାନୀପାଟଣାରେ ଛତରଯାତ୍ରା ପାଳିତ, ରକ୍ତରଞ୍ଜିତ ହେଲା ମା’ ମାଣିକେଶ୍ଵରୀଙ୍କ ପୀଠ
  • ||

ପିଲାଙ୍କ ପାଇଁ ସଫ୍ଟ ଟଏଜ୍ ହୋଇପାରେ ଖୁବ୍ ବିପଦଜନକ, ସ୍ବାସ୍ଥ୍ୟ ଉପରେ ପକାଉଛି ଖରାପ ପ୍ରଭାବ

https://parenting.firstcry.com/

ପିଲାଙ୍କୁ ସଫ୍ଟ ଟଏଜ୍ ସାଙ୍ଗରେ ଧରି ଶୋଇବାର ଏକ ଅଭ୍ୟାସ ରହିଛି। ଏପରିକି ବହୁ ପିଲା ଏହାକ ନଧରିବା ପର୍ଯ୍ୟନ୍ତ ଖାଇବି ନଥାନ୍ତି। କିନ୍ତୁ ଏହି ସଫ୍ଟ ଟଏଜକୁ ନେଇ ଅତି ସମ୍ବେଦନଶୀଳ କଥା ସାମନାକୁ ଆସିଛି। ଏତେ ମୁଲାୟମ ଓ ସୁନ୍ଦର ଲାଗୁଥିବା ଏହି ସଫ୍ଟ ଟଏଜ୍ ସତରେ ଯେ, କେତେ କ୍ଷତିକାରକ ତାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସଫ୍ଟ ଟଏଜକୁ ସମୟ ସମୟରେ ଧୋଇକି ସଫା ରଖିବ ଦରକାର। ନଚେତ ପିଲାଙ୍କୁ ରାୟନାଇଟିସର ସମସ୍ୟା ହୋଇପାରେ।

ଲଗାତାର ଛିଙ୍କ ଆସିବା, ନାକରୁ ପାଣି ଭଳି ତରଳ ପଦାର୍ଥ ଲଗାତାର ବୋହିବା, ମୁଣ୍ଡ ବିନ୍ଧା ହେବା ଓ ନାକ, ଆଖି ଓ ମୁଣ୍ଡ କୁଣ୍ଡୋ ହେବା ଭଳି ସମସ୍ୟା ଦେଖାଦେଲେ ଏହା ରାୟନାଇଟିସର କାରଣ ହୋଇପାରେ। ରାୟନାଇଟିସର ମୁଖ୍ୟ କାରଣ ଧୂଳି-ମାଟି ହୋଇପାରେ। ପାଣିପାଗ ବଦଳୁଥିବା କାରଣରୁ ରାୟନାଇଟିସ୍ ହୋିପାରେ। ଯେଉଁଭଳି ଭାବର ଆପର କପଡା ସବୁଦିନ ଧୋଉଛୁ ଠିକ୍ ସେଭଳି ଆମକୁ ମଧ୍ୟ ପିଲାଙ୍କର ସଫ୍ଟ ଟଏଜକୁ ସଫା କରିବା ଦରକାର।  ନଚେତ ପିଲାଙ୍କ ଭିତରେ ରାୟନାଇଟିସର ସମସ୍ୟା ଦେଖିବାକୁ ମିଳିପାରେ।  ଗଦି ଥିବା ସଫ୍ଟ ଟଏଜ୍ ପିଲାଙ୍କର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ। ଏହି କାରଣରୁ ଇମ୍ପେକସନରେ ପୀଡିତ ହୋଇଥାନ୍ତି।

ଧୂଳି-ମାଟି ସବୁଠାରୁ ପ୍ରଥମେ ଉଠିକି ଆସି ସଫ୍ଟ ଟଏଜରେ ଜମା ହୋଇଯାଇଥାଏ। ଆମେ ତାକୁ ପ୍ରତିଦିନ ଧୋଇ ଦେଇଥାଉ, ଯେଉଁ କାରଣରୁ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ଜମା ହୋଇଯାଇଥାଏ। ଯେତେବେଳେ ପିଲାମାନେ ଏହାକୁ ସାଙ୍ଗରେ ନେଇ ଶୋଇଥାନ୍ତି  ନିଶ୍ବାସ ନେବାରେ ସମୟରେ ନାକ ଭିତରେ ପଶି ଯାଇଥାନ୍ତି। ଏହାଦ୍ବାର ନାକ ବ୍ଲକିଂ ହୋଇଯାଇଥାଏ।

କିଭଳି ସଫା ରଖିବେ:

-ସଫ୍ଟ ଟଏଜ୍ ମେସିନରେ ଧୋଇ ପାରିବେ, ତେବେ ଏହାକୁ ସପ୍ତାହରେ ଥରେ ନିହାତି ଧୋଇ ଦିଅନ୍ତୁ ଓ ଭଲ ଭାବରେ ଶୁଖାଇ ଦିଅନ୍ତୁ। ଖରାରେ ଏହାକୁ ଶୁଖାଇବା ଦରକାର।

-ଯଦି ସଫ୍ଟ ଟଏଜ୍ ମେସିନରେ ଧୋଇଲେ ଖରାପ ହୋଇଯାଉଛି ତେବେ ଗରମ ପାଣିରେ ଡିଟରଜେଣ୍ଟ ପାଉଡର ପକାଇ ଘଷିକି ସଫା କରିପାରିବେ। କେବଳ ସେତିକି ନୁହେଁ ଭ୍ୟାକ୍ୟୁକ କ୍ଲିନର କିମ୍ବା ଡ୍ରାଏକ୍ଲିନ୍ କରିପାରନ୍ତି।

-ଯଦି ପିଲାଙ୍କୁ ନିଜ ସାଙ୍ଗରେ ସଫ୍ଟ ଟଏଜ୍ ନେଇ ଶୋଇବାର ଅଭ୍ୟାସ ରହିଛି ତେବେ ନିଦ ହୋଇଯିବା ମାତ୍ରେ ଏହାକୁ ହଟାଇ ଦିଅନ୍ତୁ ।