PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଥାନାରେ ତୁଟିଲା ଟୁଙ୍ଗୁରୁଙ୍କ ପ୍ରେମ ବିବାଦ: ସମ୍ପର୍କ ରହିବ, ବାହା ହେବେନି…

ଭୁବନେଶ୍ୱର ୨୩/୦୬: କିଛି ଦିନ ହେବ ଟୁଙ୍ଗର ଭେଳଙ୍କ ପ୍ରେମ ନେଇ ଚର୍ଚ୍ଚା ଲାଗି ରହିଛି । ସ୍ୱାମୀ ଓ ୨ପିଲାଙ୍କୁ ଛାଡି ଥାନାରେ ଟୁଙ୍ଗୁରୁକୁ ବାହା ହେବାକୁ ଜିଦ୍‌ ଧରିଥିବା ମହିଳାଙ୍କ କଥା ଆପାତତଃ ରହିଛି । ତାଙ୍କୁ ବାହା ହେବେନି… କିନ୍ତୁ ପୂର୍ବ ଭଳି ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିବେ ବୋଲି ଟୁଙ୍ଗୁର ତାଙ୍କୁ ପ୍ରତିଶ୍ରୁତି ଦେଲା ପରେ ସେ ଥାନାରୁ ଯାଇଛନ୍ତି । ପ୍ରେମୀ ଯୁଗଳଙ୍କ ଏହି ଅଜବ ନିଷ୍ପତ୍ତିରେ ପୁଲିସ ମୋହର ମାରି ଅଡ଼ୁଆରୁ ଏକରକମ ନିସ୍ତାର ପାଇଛି ।

ଦୁଇ ଦିନ ଖଣ୍ଡଗିରିବାରୀ ଶରଧାପଲ୍ଲୀ ବସ୍ତିରେ ରହୁଥିବା ପ୍ରିୟା(ଛଦ୍ମନାମ, ୩୮) ନାମ୍ନୀ ଜଣେ ବିବାହିତା ମହିଳା ପହଞ୍ଚିଥିଲେ ଭରତପୁର ଥାନାରେ । ତାଙ୍କୁ ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ । ହେଲେ ପ୍ରେମିକାକୁ ଗିରଫ ନ କରିବାକୁ ପୁଲିସ୍‌ ପାଖରେ ସର୍ତ୍ତ ରଖିଥିଲେ । ପ୍ରଥମେ ପୁଲିସ୍‌ ତାଙ୍କୁ ପାଗଳି ଭାବି ଘଟଣାକୁ ଏଡାଇ ଯାଇଥିଲା । ହେଲେ ମହିଳା ଜଣଙ୍କ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖାସିନ୍ଦୁର ଓ ଫୁଲମାଳ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଲେ । ଶେଷର ପୁଲିସ୍‌ କିଛି ଉପୟ ନ ପାଇ ଘଟଣାର ଛାନ୍‌ଭିନ୍‌ କରିଥିଲା । ଜାଣିବାକୁ ପାଇଥିଲା ମହିଳାଙ୍କର ସ୍ୱାମୀ ଓ ୨ ପୁଅ ଅଛନ୍ତି । ସେ ଅଢ଼େଇ ବର୍ଷ ତଳେ ରୋଗରେ ପଡ଼ି ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଙ୍କ ଅଟୋ ଭଡ଼ା କରି ଏମସ୍‌ ହସ୍ପିଟାଲ ଯାଇଥିଲେ । ସେତେବେଳେ ଟୁଙ୍ଗୁରୁଙ୍କ ଫୋନ୍‌ ନମ୍ବର ଆଣିଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

ଟୁଙ୍ଗୁରୁ ମଧ୍ୟ ପ୍ରିୟାଙ୍କ ଘରକୁ ଯିବା ଆସିବା କରୁଥିଲେ । ପ୍ରେମ ସଂପର୍କ ଏତେ ନିବିଡ଼ ହୋଇ ଯାଇଥିଲା ଯେ ସ୍ୱାମୀ ପିଲାଙ୍କୁ ଛାଡି ଦେଇଥିଲେ ମହିଳା ଜଣଙ୍କ । ହେଲେ ଟୁଙ୍ଗୁରୁ ତାଙ୍କୁ ବାହା ଦେବାକୁ ମନା କରି ଦେଇଥିଲେ । କିଛି ଉପାୟ ନ ପାଇ ଥାନାକୁ ଆସିଥିଲେ । ଗତ ସୋମବାର ଦିନ ଥାନାରେ ପହଞ୍ଚିଲା ପରେ ଧାରଣା ଦେଇଥିଲେ ।

ମଙ୍ଗଳବାର ଥାନାରେ ପହଞ୍ଚିଲା ଟୁଙ୍ଗୁରୁ । ମହିଳା ଜଣଙ୍କ ଟୁଙ୍ଗୁରୁକୁ ଥାନାରେ ଦେଖିବା ପରେ କାନ୍ଦି ପକାଇଥିଲେ । ପୁଲିସ୍‌ କହିଥିଲେ, ତ’ ବିରୋଧରେ କୌଣସି କେସ୍‌ କରନ୍ତୁ ନାହିଁ । ମୁଁ ଗୋଟି ସ୍ୱାମୀ ହରାଇଛି… ତାଙ୍କୁ ହାରଇବାକୁ ଚାହୁଁନାହିଁ । ସକାଳ ୧୧ରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଥାନାରେ ଉଭୟ ଆଲୋଚନା କରିଥିଲେ । ଶେଷରେ ନିଷ୍ପତ୍ତି ହୋଇଥିଲା ଟୁଙ୍ଗୁରୁ ତାକୁ ବାହା ହେବେ ନାହିଁ…. କିନ୍ତୁ ପୂର୍ବ ଭଳି ଯେମିତି ସମ୍ପର୍କ ରଖିବା କଥା ରଖିବେ… । ଏହା ଶୁଣି ମହିଳା ରାଜି ହୋଇ ଥାନାରୁ ଯାଇଥିଲେ ।